
କେନ୍ଦୁଝର, ୧୫ ଅକ୍ଟୋବର (ହି.ସ.) - ଆଜି କେନ୍ଦୁଝର ଜିଲ୍ଲା ସଫେଇ କର୍ମଚାରୀ ମାନେ ଠିକ ସମୟରେ ଦରମା ମିଳୁ ନଥିବା ଅଭିଯୋଗ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ପାଖା ପାଖି ୭୦ ଜଣ ସଫେଇ କର୍ମଚାରୀ ଆଜି ସକାଳ ୯ଟା ସମୟରେ କେନ୍ଦୁଝର ଗଡ଼ ପୌରପାଳିକା ସମୁଖରେରେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଥିଲେ । ସଫେଇ କର୍ମଚାରୀଙ୍କ କହିବା ଅନୁଯାଇ ଠିକା ସଂସ୍ଥା ଫେମସ କମ୍ପାନୀ 'ଠିକ ସମୟରେ ମାସିକ ବେତନ ଦେଉ ନଥିବା ଶହ ଡାକ୍ତରୀ ଚିକିତ୍ସା ଶହ କୌଣସି ପ୍ରକାର ଭଲ ମନ୍ଦ ବୁଝୁ ନାହାନ୍ତି । ଫଳରେ ଗରିବ ସଫେଇ କର୍ମଚାରୀମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି । ଏନେଇ ସେମାନେ ବାରମ୍ବାର ଅଭିଯୋଗ କଲେ ଚାକିରୀରୁ ବହିସ୍କୃତ କରିବା ପାଇଁ କମ୍ପାନୀ ପକ୍ଷରୁ ଧମକ ଦିଆଯାଉଛି । ଏ ବିଷୟରେ ଫେମସ କମ୍ପାନୀ କୁ ଫୋନ କଲେ ଫୋନ ଉଠାଉନାହାନ୍ତି । ଯଦି ଖୁବ ଶୀଘ୍ର ସମସ୍ୟାର ସମାଧାନ ନ ହେବ ତାହେଲେ ଜୋରଦାର ବିକ୍ଷୋଭ କରିବାକୁ ସଫେଇ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି । ଏ ଭଳି କୌଣସି ଖବର ତାଙ୍କ ନିକଟରେ ନଥିବା ମୁନିସିପାଲିଟି ର ଇଓ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA