

କନ୍ଧମାଳ, ୧୫ ଅକ୍ଟୋବର(ହି.ସ.) – ଗତ ୧୪.୧୦.୨୦୨୬ରୁ ୧୬.୧୦.୨୦୨୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇ ଏହାର ଉଦ୍ଘାଟନ କାର୍ଯ୍ୟକ୍ରମ ୧୫.୧୦.୨୦୨୬ ତାରିଖ ଅପରାହ୍ନ ୩ ଘଟିକା ସମୟରେ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏବଂ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଶ୍ୟାମ ସୁନ୍ଦର ସାହା ଯୋଗ ଦେଇଥିଲେ ବିଚସହ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପାତ୍ର, ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ସମୀର ନାୟକ ଓ ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ରଙ୍କନିଧି ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ କ୍ରୀଡ଼ା ପ୍ରତିଯୋଗୀତାରେ ୧୨ ଗୋଟି ବ୍ଲକରୁ ୬୮୧ ଜଣ କ୍ରୀଡ଼ାବିତ ଯୋଗଦେଇ ଆଗାମୀ ଦିନରେ ଚୟନ ହୋଇ ରାଜ୍ୟସ୍ତରୀୟକୁ ମନୋନୀତ ହେବେବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଆଶା ରଖିଥିଲେ। ଏବଂ ଉକ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ଗୌଡ଼ ପରିଚାଳନା କରିଥିବାବେଳେ ସ୍ଥାନୀୟ ଏ.ଜେ.ଓ. ହାଇ ସ୍କୁଲର କ୍ରୀଡ଼ା ଶିକ୍ଷକ ଶ୍ରୀ ରାକେଶ ବିଶୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ