

ଦୁଇ କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
ବଲାଙ୍ଗୀର, ୧୫ ଅକ୍ଟୋବର(ହି.ସ.) – ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ଐତିହାସିକ ପୀଠ ମା’ ପାଟଣେଶ୍ୱରୀ ସମଲେଶ୍ୱରୀ ଗୋଟିଏ ଗମ୍ଭିରାରେ ପୂଜା ପାଉଛନ୍ତି। ୧୫୦୦ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରଟି ରାଜା ବଳରାମ ଦେଓ ଭାଇ ଭାଗ ପାଇ ସ୍ଥାପନ କରିଥିଲେ। ମା’ ପାଟଣେଶ୍ୱର ପାଟଣାମୁହାଁ ହୋଇଥିବାବେଳେ ମା’ ସମଲେଶ୍ୱରୀ ହୁମା ବା ସମ୍ବଲପୁରମୁହାଁ ହୋଇଛନ୍ତି। ଗୋଟିଏ ଗମ୍ଭିରାରେ ଦୁଇ ଭଉଣୀ ପୂଜା ପାଉଥିବାବେଳେ ରାଜାଙ୍କ ଖମାରରେ ପୂଜା ପାଉଛନ୍ତି। ଦଶହରା ଏବଂ ଚଇତ ପରବରେ ମନ୍ଦିରରେ ସ୍ୱତନ୍ତ୍ରତା ପୂଜା କରାଯାଏ। ଏ ବର୍ଷ ବଏଲ ଯାତ୍ରା ପାଇଁ ମନ୍ଦିର କମିଟି ପ୍ରସ୍ତୁତି ଜୋରସୋର ଆରମ୍ଭ କରିଥିବାବେଳେ ୧୮ତାରିଖ ସନ୍ଧ୍ୟା ସମୟରୁ ମା’ ପାଟଣେଶ୍ୱର ବଏଲ ଯାତ୍ରା ନଗର ପରିକ୍ରମା କରିବ, ୧୯ ତାରିଖ ଦିନ ମନ୍ଦିର ପ୍ରବେଶ କରିବେ। ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ନିଷ୍ପତି ନେଇଥିବା ମନ୍ଦିର କମିଟି। ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଥିବା ପ୍ରଥମ ଦିନରୁ ବିଭିନ୍ନ ବେଶରେ ଦର୍ଶନ ଦେଉଥିବାବେଳେ ପ୍ରତ୍ୟେକ ଦିନ ହୋମଯଜ୍ଞ ଓ ଚଣ୍ଡିପାଠ ହେଉଛି। ସନ୍ଧ୍ୟା ସମୟରେ ମହା ଆଳତି ସହ ଘଣ୍ଟବାଦ୍ୟ ଦୁଲଦୁଲି ସହ ମା’ଙ୍କ ମହା ଆଳତି ହେଉଛି। ଏଥିରୁ ଆଖ ପାଖ ଗାଁର ଭକ୍ତମାନଙ୍କର ସୁଅ ଛୁଟୁଛି। ଚଣ୍ଡିପାଠ କରୁଛନ୍ତି ପଣ୍ଡିତ କବିରାଜ ମିଶ୍ର ଏବଂ ମନ୍ଦିରର ପୂଜକ ପ୍ରକାଶ ଦିସ୍ରୀ ସହଯୋଗ କରୁଛନ୍ତି। ମନ୍ଦିର କମିଟିର କର୍ମକର୍ତା ଓ ଗ୍ରାମବାସୀ ସହଯୋଗ କରୁଛନ୍ତି। ମନ୍ଦିର କମିଟି ନିଷ୍ପତି ଅନୁଯାୟୀ ଦୀର୍ଘ ବର୍ଷର ମା’ ଗମ୍ଭିରାରେ ପୂଜା ପାଉଥିବାବେଳେ ଏ ବର୍ଷରୁ ନୂତନ ଗମ୍ବୁଜ ନିର୍ମାଣ ପାଇଁ ଭୂମିପୂଜନ ଓ କାର୍ଯ୍ୟଆରମ୍ଭ ହେଉଛି। ଏଥିରେ ପାଟଣାଗଡ଼ ମା’ ପାଟଣେଶ୍ୱରୀ ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ୱରୀ ଏବଂ କଳାହାଣ୍ଡିର ମା’ ମାଣିକେଶ୍ୱରୀଙ୍କ ମନ୍ଦିର ସ୍ଥାନ ପାଇବ। ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରଦାନ କରି ପ୍ରସ୍ତାବ ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ