ଧୂଷୁରୀ ଥାନା ଅଂଚଳରେ ବଡ଼ଧରଣର ଡକାୟତି
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ଅସୁରାଳି ହଂସପୁର ଗ୍ରାମରେ ଏକ ବଡ଼ଧରଣର ଡକାୟତି ଘଟଣା ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ରାତି ପ୍ରାୟ ୧୨ଟା ସମୟରେ ଘରେ ଶୋଇଥିବା ନିରଞ୍ଜନ ନାଥ (୬୨) ଓ ତାଙ୍କ ପତ୍ନୀ ଲିପ୍ସା ନାଥ (୫୨)ଙ୍କୁ ମରଣାସ୍ତ୍ର ଦେଖାଇ ଭୟଭୀତ କରି ୫ରୁ ୬ ଜ
DHUSURI ANCHALARE DAKAYATI


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ଅସୁରାଳି ହଂସପୁର ଗ୍ରାମରେ ଏକ ବଡ଼ଧରଣର ଡକାୟତି ଘଟଣା ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ରାତି ପ୍ରାୟ ୧୨ଟା ସମୟରେ ଘରେ ଶୋଇଥିବା ନିରଞ୍ଜନ ନାଥ (୬୨) ଓ ତାଙ୍କ ପତ୍ନୀ ଲିପ୍ସା ନାଥ (୫୨)ଙ୍କୁ ମରଣାସ୍ତ୍ର ଦେଖାଇ ଭୟଭୀତ କରି ୫ରୁ ୬ ଜଣ ମୁଖାପିନ୍ଧା ଦୁର୍ବୃତ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମୁହଁରେ କପଡ଼ା ବାନ୍ଧିଥିବା ୨୦ରୁ ୨୫ ବର୍ଷ ବୟସର ଯୁବକମାନେ ଘରେ ପଶି ପରିବାରକୁ ଭୟଭୀତ କରିଥିଲେ। ଏହାପରେ ଘରେ ଥିବା ସୁନା ଅଳଙ୍କାର ହାର ୫ ଗୋଟି , ମୁଦି ୫ ଗୋଟି , ବ୍ରେସଲେଟ ୧ , ମଙ୍ଗଳ ସୂତ୍ର ୧ , ସୁନା ଚୁଡ଼ି ୫ ହଳ, କାନଫୁଲ ୩ ହଳ,ଓ ନଗଦ ବେଗ ରେ ଥିବା ୪୦ ହଜାର ଟଙ୍କା ଓ ପକେଟ ରେ ଥିବା ୧୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଲୁଟ୍ ହୋଇଥିବା ସୁନା ଗହଣାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଧୂଷୁରୀ ପୁଲିସ ୪୫୮/୨୬କେସ ରୁଜୁ କରି ସାଇଂଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛି। ଡକାୟତିରେ ସମ୍ପୃକ୍ତ ଦୁର୍ବୃତଙ୍କ ପରିଚୟ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି। ତେବେ ଦିନକୁ ଦିନ ଏଭଳି ଅପରାଧ ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande