ଆଜି ଷଷ୍ଠୀ: ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆବାହନ
ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ । ପୂଜା ପାଇଁ ଗାଁଠୁ ସହର ଚଳଚଂଚଳ। ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାସପ୍ତମୀ ପୂଜା। ମାଆ ଦଶଭୂଜାଙ୍କ ଆରାଧନାରେ ନିମଗ୍ନ ସମସ୍ତେ । ସବୁ ବର୍ଷ ପରି ଏଥର ମଧ୍ୟ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ଶାରଦୀ
ଆଜି ଷଷ୍ଠୀ: ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଆବାହନ


ଭୁବନେଶ୍ୱର,୧୭ ଅକ୍ଟୋବର (ହି.ସ.)- ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ । ପୂଜା ପାଇଁ ଗାଁଠୁ ସହର ଚଳଚଂଚଳ। ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ପାଳିତ ହେଉଛି ମହାସପ୍ତମୀ ପୂଜା। ମାଆ ଦଶଭୂଜାଙ୍କ ଆରାଧନାରେ ନିମଗ୍ନ ସମସ୍ତେ । ସବୁ ବର୍ଷ ପରି ଏଥର ମଧ୍ୟ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି। ଆଖି ଖୋସିଲା ଭଳି ସାଜସଜ୍ଜା , ଆଲୋକମାଳା ସାଙ୍ଗକୁ ସୁଉଚ୍ଚ ତୋରଣ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ସେପଟେ କୌଣସି ଅଘଟଣକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ୍ ପୋଲିସ୍ ।

ଶ୍ୟାମପୁର ଦୁର୍ଗା କମିଟି ପକ୍ଷରୁ ଚଳିତ ବର୍ଷ ରାଜବାଟୀର ରାଜପ୍ରାସାଦ ଥିମ୍ ରେ ତୋରଣ କରାଯାଇଛି। ନୂଆ କୀର୍ତିମାନରେ ଝଲସୁଛି ରାଜପ୍ରାସାଦ। ରାଜା ମହାରାଜାଙ୍କର ରହଣି ସ୍ଥଳ ଭଳି ବାହାର ଦୃଶ୍ୟ ଏବଂ ଭିତରେ ଦୃଶ୍ୟ ରହିଛି ଖୁବ୍ ଆକର୍ଷଣୀୟ। ଏପରିକି ପ୍ରଭୁ ଗଜାନନଙ୍କୁ ମଧ୍ୟ କରାଯାଇଛି ଆକର୍ଷଣୀୟ। ମାଆଙ୍କୁ ସଜାଯାଇଛି ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ। ଷଷ୍ଠୀ ପୂଜା ପାଇଁ ଶ୍ୟାମପୁର ଦୁର୍ଗାପୂଜା କମିଟି ମେମ୍ବର ମଧ୍ୟ ଲାଗିପଡ଼ିଛନ୍ତି ସମସ୍ତ କାମରେ। ମାଆଙ୍କର ସମସ୍ତ ବିଧିରେ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।

ସେହିପରି ଘାଟିକିଆ ଦୁର୍ଗା ପୂଜା ମଣ୍ଡପରେ ତୋରଣରେ ଆଧୁନିକତାର ଛୁଙ୍କ ଏବଂ ଭିତର ପାର୍ଶ୍ୱରେ ଆଧ୍ୟାତ୍ମିକ ପରିବେଶ ଭିତରେ ୧୨ଟି ଜ୍ୟୋତିର୍ଲିଙ୍ଗଙ୍କୁ ସ୍ଥାପନ କରାଯାଇଛି। ମହାରାଷ୍ଟ୍ରର ଭୀମଶଙ୍କର, ଆନ୍ଧ୍ରପ୍ରଦେଶର ମଲିକାର୍ଜୁନ, ମଧ୍ୟପ୍ରଦେଶର ଓଁକାରେଶ୍ୱର୍ , ମହାକାଳେଶ୍ୱର ,ଗୁଜୁରାଟର ନାଗେଶ୍ୱର, ତାମିଲନାଡୁର ରାମେଶ୍ୱର, ମହାରାଷ୍ଟ୍ରର ତ୍ରମ୍ବେକେଶ୍ୱର ଏବଂ ଘୃଷ୍ନେଶ୍ୱର, ଝାଡ଼ଖଣ୍ଡର ବୈଦ୍ୟନାଥ ଧାମ, ଗୁଜୁରାଟର ସୋମନାଥ, ଉତରାଖଣ୍ଡର କେଦାରନାଥ ଏବଂ ଉତରପ୍ରଦେଶର କାଶୀ ବିଶ୍ୱନାଥଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ। ସେହିପରି ରୁପା ଅଳଙ୍କାର ଏବଂ ମୁକୁଟରେ ସୁସଜ୍ଜିତ ହେବେ ମା ଜଗତଜନନୀ। ତେବେ ଆଜି ମାଙ୍କ ଷଷ୍ଠୀ ପୂଜା ରହିଥିବାରୁ ବେଲବରଣୀ ମାଧ୍ୟମରେ ମାଆଙ୍କୁ ଆବାହନ କରାଯିବ।

ଓଡ଼ିଆ ଅସ୍ମିତା ଥିମ୍ ରେ ସଜେଇ ହୋଇଛି ଶହୀଦନଗର ପୂଜା ମଣ୍ଡପ। ଓଡ଼ିଆ କିର୍ତୀ ଓ ଗୌରବ କୁ ପୂଜା ମଣ୍ଡପରେ ସ୍ଥାନ ଦିଆଯାଇଛି । ଶ୍ରୀମନ୍ଦିର, ଧଉଳି, ସାଧବ ପୁଅଙ୍କ ବୋଇତ ଯାତ୍ରା, ତାରିଣୀ ପୀଠ, ପିଣ୍ଡିକି ବାହୁ ବଳେନ୍ଦ୍ର , ରଥଯାତ୍ରା, ମା ସମଲେଶ୍ୱରୀ ପୀଠ, ଓଡିଶା ମାନଚିତ୍ର, ବୁଦ୍ଧଙ୍କୁ ସ୍ଥାନ ଦିଆଯାଇଛି। ସେପଟେ ଓଡ଼ିଆ ଲୋକେ ଏହି ସମ୍ପୂର୍ଣ୍ଣ ତୋରଣ କୁ ତିଆରି କରିଛନ୍ତି। ଆଜି ମଣ୍ଡପରେ ଷଷ୍ଠୀ ପୂଜା ହୋଇଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହେବ ପୂଜା ବିଧି।

ଅନ୍ୟପକ୍ଷରେ ଏଥର ଭୁବନେଶ୍ୱର ରସୁଲଗଡ଼ରେ ଭାଟିକାନ ସିଟିି ଥିମ୍ ରେ ତିଆରି ହୋଇଛି ଭବ୍ୟ ତୋରଣ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande