ନବରାତ୍ରୀର ସପ୍ତମ ଦିବସରେ ମା ଦୁର୍ଗାଙ୍କ କାଳରାତ୍ରୀ ବେଶ
ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରୀର ସପ୍ତମ ଦିବସରେ ମା’ ଦୁର୍ଗାଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଶକ୍ତି ପୀ
ମା ଦୁର୍ଗାଙ୍କ କାଳରାତ୍ରୀ ବେଶ


ଭୁବନେଶ୍ୱର, ୧୭ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରୀର ସପ୍ତମ ଦିବସରେ ମା’ ଦୁର୍ଗାଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଶକ୍ତି ପୀଠ ତଥା ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ଦେବୀଙ୍କ କାଳରାତ୍ରୀ ବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।

ଶୁମ୍ଭ ନିଶୁମ୍ଭଙ୍କୁ ନିପାତ କରିବା ପାଇଁ ମା’ ନିଜର ବାହ୍ୟ ସ୍ୱର୍ଣ୍ଣାଭ ତ୍ୱଚା ତ୍ୟାଗ କରି ଗାଢ଼ କୃଷ୍ଣବର୍ଣ୍ଣ ଧାରଣ କରିଥିଲେ । ମା’ ଙ୍କ ସେହି ରୂପକୁ କାଳରାତ୍ରୀ କୁହାଯାଏ ଏବଂ ନବରାତ୍ରିର ସସ୍ତମ ଦିବସରେ ଦେବୀଙ୍କୁ ଆରାଧନା କରାଯାଏ । ଏହା ଦେବୀଙ୍କର ସବୁଠାରୁ ଭୟଙ୍କର ରୂପ, ଶନି ଗ୍ରହ ମା’ କାଳରାତ୍ରୀଙ୍କ ନିୟନ୍ତ୍ରଣରେ ରହିଛନ୍ତି । ମା’ କାଳରାତ୍ରୀଙ୍କର ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ବାହାନ ହେଉଛି ଗଧ । ଦେବୀ ଚତୁର୍ଭୂଜା, ଦୁଇ ଦକ୍ଷିଣ ହସ୍ତ ଅଭୟ ଓ ବରଦ ମୁଦ୍ରାରେ ଶୋଭାପାଏ ତଥା ଦୁଇ ବାମହସ୍ତରେ ଖଡ୍ଗ ଓ ଅଙ୍କୁଶ ଧାରଣ କରିଥାନ୍ତି । ମାତା କାଳରାତ୍ରୀଙ୍କର ରୂପ ଭୟଙ୍କର ହେଲେ ମଧ୍ୟ ସେ ଅଭୟ ବରଦାୟିନୀ, ଶୁଭଫଳ ପ୍ରଦାନ କରନ୍ତି ବୋଲି ଦେବୀଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଏ । ମାତା କାଳରାତ୍ରୀ ଅଜ୍ଞାନ ଅନ୍ଧକାର ଦୂରକାରିଣୀ ।

ପ୍ରକାଶ ଥାଉକି, ଗତ ୧୧ ତାରିଖରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ଚନ୍ଦ୍ରଘଣ୍ଟା ବେଶ, ୧୪ ତାରିଖରେ କୁଷ୍ମାଣ୍ଡା ବେଶ, ୧୫ ତାରିଖରେ ସ୍କନ୍ଧମାତା ବେଶ ଏବଂ ୧୬ ତାରିଖରେ ମା’ ଦୁର୍ଗାଙ୍କ କାତ୍ୟାୟନୀ ବେଶ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande