କାଲିମେଳା ପୋଲିସ ପକ୍ଷରୁ , ୮ ଲିଟର ବିଦେଶୀ ମଦ ଜବତ
ମାଲକାନଗିରି , ୧୮ ଅକ୍ଟୋବର (ହି.ସ.) ପାର୍ବଣ ସମୟରେ ବେଆଇନ ମଦ ଓ ଗଞ୍ଜେଇ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ!ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡ୍ରୁକୁଣ୍ଡା ମାର୍କେଟ ଅଞ୍ଚଳରେ ଆଜି କାଲିମେଳା ଥାନା ପକ୍ଷରୁ ଚଢ଼ାଉ କରାଯାଇ ୮ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ
କାଲିମେଳା ପୋଲିସ ପକ୍ଷରୁ , ୮ ଲିଟର ବିଦେଶୀ ମଦ ଜବତ


ମାଲକାନଗିରି , ୧୮ ଅକ୍ଟୋବର (ହି.ସ.)

ପାର୍ବଣ ସମୟରେ ବେଆଇନ ମଦ ଓ ଗଞ୍ଜେଇ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ!ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡ୍ରୁକୁଣ୍ଡା ମାର୍କେଟ ଅଞ୍ଚଳରେ ଆଜି କାଲିମେଳା ଥାନା ପକ୍ଷରୁ ଚଢ଼ାଉ କରାଯାଇ ୮ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଉଣ୍ଡ୍ରୁକୁଣ୍ଡା ଅଞ୍ଚଳର ଅପୂର୍ବ ମହାଲଦାରଙ୍କ ବିରୋଧରେ କାଲିମେଳା ଥାନା କେସ୍ ନମ୍ବର ୨୬୦/୨୬ ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ବେଆଇନ ଭାବେ ମଦ ଓ ଗଞ୍ଜେଇ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ସତର୍କ କରାଯାଇଛି। ଏଭଳି ବେଆଇନ କାରବାର ରୋକିବା ପାଇଁ ଆଗାମୀ ଦିନରେ ନିୟମିତ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande