ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ତୁରନ୍ତ ଶିକ୍ଷକ ଅରବିନ୍ଦ ରଣାଙ୍କୁ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର
ସୁବର୍ଣପୁର, 18 ଅକ୍ଟୋବର (ହି.ସ.) ସୋନପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ତୁରନ୍ତ ଶିକ୍ଷକ ଅରବିନ୍ଦ ରଣାଙ୍କୁ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ସାମାଜିକ ଗଣମାଧ୍ଯମରେ ବ୍ରାହ୍ମଣ ସମାଜ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଓ ଭ୍ରମାତ
ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ତୁରନ୍ତ ଶିକ୍ଷକ ଅରବିନ୍ଦ ରଣାଙ୍କୁ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର


ସୁବର୍ଣପୁର, 18 ଅକ୍ଟୋବର (ହି.ସ.)

ସୋନପୁର ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ତୁରନ୍ତ ଶିକ୍ଷକ ଅରବିନ୍ଦ ରଣାଙ୍କୁ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ସାମାଜିକ ଗଣମାଧ୍ଯମରେ ବ୍ରାହ୍ମଣ ସମାଜ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଓ ଭ୍ରମାତ୍ମକ ତଥ୍ୟ ପ୍ରଚାର କରି ତରଭା ଅଞ୍ଚଳର ଶିକ୍ଷକ ଅରବିନ୍ଦ ରଣା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ପୂର୍ବରୁ ଜିଲ୍ଲାର ସୋନପୁର ସଦର ଥାନା ସମେତ ତରଭା, ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର ସମେତ ଅନେକ ଥାନାରେ ସ୍ଥାନିୟ ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଦିଆଯାଇଥିଲା । ଶୀଘ୍ର ଅରବିନ୍ଦ ରଣା କୁ ଗିରଫ କରା ନ ଗଲେ ଆଗକୁ କୌଣସି କିଛି ଆଇନ ଶୃଙ୍ଖଳା ପରିସ୍ଥିତି କୁ ଏଡ଼ାଇ ଦିଆଯାଇ ନପାରେ ଓ ଯଦି କିଛି ହୁଏ ତା ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସୂଚାଇ ଦିଆଯାଇଥିଲା । କିନ୍ତୁ କ୍ଷୋଭର ବିଷୟ ଆଜି ପର୍ଯ୍ୟନ୍ତ ପୋଲିସ ଅରବିନ୍ଦ ରଣା କୁ ଗିରଫ କରିପାରି ନାହିଁ । ତାକୁ ଶୀଘ୍ର ଗିରଫ କରାଯିବା ଦାବୀରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାରାୟଣ ନାୟକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ନାୟକ କହିଥିଲେ ଯେ ପୋଲିସ ପକ୍ଷରୁ ତରଭା ଥାନା ରେ ମାମଲା ରୁଜୁ ହେବା ସହ ତାକୁ ଗିରଫ ପାଇଁ ଚଢାଉ ଜାରି ରହିଛି ଏବଂ ଅରବିନ୍ଦ ରଣା ଫେରାର ଅଛନ୍ତି ତାଙ୍କୁ ତୁରନ୍ତ ଗିରଫ କରାଯିବାର ପ୍ରତିଶ୍ରୁତି ବ୍ରାହ୍ମଣ ଏକତା ମଞ୍ଚ କର୍ମକର୍ତ୍ତା ଙ୍କୁ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମେଡେନ୍ କୁମାର ବିଶି, ଡଃ ଆର୍ତ୍ତତ୍ରାଣ ବାବୁ, ପ୍ରଦୀପ ପୁରୋହିତ, ବୈକୁଣ୍ଠ ଶତପଥୀ, ଜୟ ମାଧବ ମିଶ୍ର, ମାନ ଭଞ୍ଜନ ବେଦବାକ୍, ପଦ୍ମ ଲୋଚନ ମିଶ୍ର, ପୀତାମ୍ବର ସାମନ୍ତରାୟ, ସୁରେଶ ମିଶ୍ର, ସଚିଦା ମିଶ୍ର, ନିରଞ୍ଜନ ତ୍ରିପାଠୀ ଙ୍କ ସମେତ ବହୁ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande