
ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- ବୈାଦ୍ଧ ଜିଲ୍ଲା ବିଜେପି ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ସୈାମିତ୍ରୀ ନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, “ସ୍ୱର୍ଗତ ସୌମିତ୍ରି ନାୟକ ଜଣେ ନିଷ୍ଠାପର, ଜନପ୍ରିୟ ଓ ସୁସଂଗଠକ ଥିଲେ। ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗ ଦଳ ତଥା ବୌଦ୍ଧ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି।”
ସ୍ୱର୍ଗତଃ ନାୟକଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇବା ସହ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା