ଧାମନଗରରେ ମହାସମାରୋହରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଚଳଚଂଚଳ ହୋଇଉଠିଛି ଶାରଦୀୟ ଦୁର୍ଗାପୂଜାର ମାହୋଲ ଓ ଉତ୍ସବ ମୁଖର ହୋଇ ଉଠିଛି। ପୂଜାମଣ୍ଡପ ଗୁଡ଼ିକରେ ଘଟ ସ୍ଥାପନ କରାଯାଇ ଯଥାରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ବ୍ଲକର କଲ୍ୟାଣୀନଗର, ଦୋବଲ ବଜାର,
DHAMNAGAR DURGA PUJA


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଚଳଚଂଚଳ ହୋଇଉଠିଛି ଶାରଦୀୟ ଦୁର୍ଗାପୂଜାର ମାହୋଲ ଓ ଉତ୍ସବ ମୁଖର ହୋଇ ଉଠିଛି। ପୂଜାମଣ୍ଡପ ଗୁଡ଼ିକରେ ଘଟ ସ୍ଥାପନ କରାଯାଇ ଯଥାରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ବ୍ଲକର କଲ୍ୟାଣୀନଗର, ଦୋବଲ ବଜାର, କରଦା ପଂଚାୟତର ଖରାଖାଇ, ଅଲିନଗର, ନଦୀଗାଁ, ଅସୁରାଳୀ, ଧୁଷୁରୀ ଏବଂ ଆନନ୍ଦପୁର ପଂଚାୟତ ଉତେଇପୁର ଆଦି ବିଭିନ୍ନ ସ୍ଥାନରେ ମା'ଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇ ଭକ୍ତିଭାବର ସହ ପୂଜା ଚାଲିଛି। କଲ୍ୟାଣୀନଗରରେ ଦୀର୍ଘ ବର୍ଷ ଧରି ବଙ୍ଗୀୟ ରୀତିନୀତି ଅନୁସାରେ ମାଙ୍କୁ ପୂଜା କରାଯାଉଛି। ବିଶେଷକରି ମହାଷ୍ଟମୀ ଦିନ ଅନୁଷ୍ଠିତ ହେଉଥିବା ସାମୂହିକ ଝୁଣାଜଳା ଏବଂ କଖାରୁ ବଳି ପରମ୍ପରା ସମଗ୍ର ଅଂଚଳକୁ ଏକ ପବିତ୍ର ଆଧ୍ୟାତ୍ମିକ ପରିବେଶରେ ଭରିଦିଏ। ସେହିପରି ଖରାଖାଇରେ ମଧ୍ୟ ବହୁ ପୁରାତନ ପରମ୍ପରା ଅନୁସାରେ ପୂଜା ହେଉଥିବାବେଳେ ମଣ୍ଡପରେ କଖାରୁ, ଆଖୁ ଓ କଦଳୀ ବଳି ଚଢ଼ାଇବାର ବିଧି ରହିଛି। ଦୋବଲ ବଜାର ପୂଜା କମିଟି ପକ୍ଷରୁ ମଧ୍ୟ ମା'ଙ୍କ ଉତ୍ସବ ବେଶ୍ ଉତ୍ସାହର ସହ ପାଳିତ ହେଉଛି। ପୂଜାମଣ୍ଡପଗୁଡ଼ିକୁ ମନୋରମ ଓ ଆକର୍ଷଣୀୟ ଆଲୋକ ସାଜସଜାରେ ସଜ୍ଜିତ କରାଯାଇଛି, ଯାହାକି ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରୁଛି। ସନ୍ଧ୍ୟାରେ ମା'ଙ୍କ ଆଳତି ଏବଂ ଦର୍ଶନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜାମଣ୍ଡପ ଗୁଡ଼ିକରେ ପରିଲକ୍ଷିତ ହେଉଛି। ବିଭିନ୍ନ ପୁଜା ମଣ୍ଡପ ରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧିକ ଆକର୍ଷଣ କରୁଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛନ୍ତି।ଧାମନଗର ଓ ଦକ୍ଷିଣବାଡ ଠାରେ ମା ଙ୍କ ପୂଜା ବେଶ ଧୁମ୍ ଧାମ ରେ ପାଳିତ ହେଉଛି।ଆକର୍ଷଣ ତୋରଣ ଓ ମୀନାବଜାର ରେ ଭକ୍ତ ମାନେ ବେଶ୍ ମଜା ନେଉଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande