
ଭୁବନେଶ୍ୱର,୧୮ ଅକ୍ଟୋବର (ହି.ସ.)- ପବିତ୍ର ‘ମହାଷ୍ଟମୀ’ ଅବସରରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଆମ୍ବିଠି ଠାରେ ଅବସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଜୟ ମା' ବନଦୁର୍ଗା
ପବିତ୍ର ‘ମହାଷ୍ଟମୀ’ ଅବସରରେ ଢେଙ୍କାନାଳ ଆମ୍ବିଠି ଠାରେ ଅବସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମା’ ହେଉଛନ୍ତି ଶକ୍ତି, ଆସ୍ଥା ଓ ବିଶ୍ୱାସର ପ୍ରତୀକ । ମା’ଙ୍କ ପାଖରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା