ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା
ସୁବର୍ଣପୁର, 18 ଅକ୍ଟୋବର (ହି.ସ.) ବିନିକା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ମାହେଶ୍ୱରୀ ପୀଠରେ ରବିବାର ଦେବୀଙ୍କ ସ୍ନାନ ଯାତ୍ରା ଓ ମହାଷ୍ଟମୀ ପୂଜା ଧୂମଧାମରେ ପାଳିତ ହୋଇଯାଇଛି।ପ୍ରକାଶ ଥାଉ କି ଯେ ଦେବୀଙ୍କ ପୀଠରେ ଚଳିତ ମାସ ପୁଅ ଜୁଇନ୍ତିଆ ଠାରୁ ଆରମ୍ଭ ହୋଇଥିବା ଷୋହଳ ପୂଜା ଆଜି ଅନ୍ତିମ
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା


ସୁବର୍ଣପୁର, 18 ଅକ୍ଟୋବର (ହି.ସ.)

ବିନିକା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ମାହେଶ୍ୱରୀ ପୀଠରେ ରବିବାର ଦେବୀଙ୍କ ସ୍ନାନ ଯାତ୍ରା ଓ ମହାଷ୍ଟମୀ ପୂଜା ଧୂମଧାମରେ ପାଳିତ ହୋଇଯାଇଛି।ପ୍ରକାଶ ଥାଉ କି ଯେ ଦେବୀଙ୍କ ପୀଠରେ ଚଳିତ ମାସ ପୁଅ ଜୁଇନ୍ତିଆ ଠାରୁ ଆରମ୍ଭ ହୋଇଥିବା ଷୋହଳ ପୂଜା ଆଜି ଅନ୍ତିମ ଦିନରେ ପହଞ୍ଚିଥିଲା ।ଏହି ପରିପ୍ରେକ୍ଷୀରେ ଫୁଲମୁଠି ଗ୍ରାମ ଠାରେ ଅନୁଷ୍ଠିତ ମାହେଶ୍ୱରୀଙ୍କ ପୂଜା ଅନ୍ୟତମ ।ଆଜି ଅପରାହ୍ନରେ ଦେବୀ ମାହେଶ୍ୱରୀ ଓ ବାଡ଼ି ଦେବତାଙ୍କୁ ମନ୍ଦିର ଦେହେରୀ ଯଥାରିତ ପୂଜାର୍ଚ୍ଚନା କରିବା ପରେ ଜୟ ଜୟ ଧ୍ବନିରେ ମନ୍ଦିରରୁ ବାଡ଼ି ଦେବତା,ଛତରକୁ ବାହାର କରାଯାଇଥିଲା ଏହି ଅବସରରେ ମନ୍ଦିର ସମ୍ଭୂଖ ପରିସରରେ କଳାହାଣ୍ଡିର ଘୁମୁରା ବାଦ୍ୟ ଏବଂ କୁକିଆର ବାଡ଼ି ଖେଳ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ବାନ୍ଧି ରଖିଥିଲା । ବରୁଆର ନୃତ୍ୟର ତାଳେ ତାଳେ ବାଡ଼ି ଦେବତା ଯେତେବେଳେ ମନ୍ଦିର ଗମ୍ଭୀରା ଭିତରୁ ବାହାରିଲେ ସେତେବେଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଜୟଧ୍ଵନି ଓ ମହିଳାଙ୍କ ହୁଳହୁଳୀରେ ମନ୍ଦିର ପରିସର ପ୍ରକମ୍ବିତ ହୋଇଥିଲା ଦେବୀଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ଶ୍ରଦ୍ଧାଳୁ ଭକ୍ତ ।ହୁଳହୁଳି ସହ ଘଣ୍ଟବାଦ୍ୟର ତାଳେ ତାଳେ ବାଡ଼ି ଦେବତା,ଛତରକୁ ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିର ସେବାୟତ ମାନେ ସ୍ନାନ ପାଇଁ ପୁଣ୍ୟତୋୟା ପାପକ୍ଷୟ ଅଭିମୁଖେ ଯାଇଥିଲେ ।ବାଡ଼ି ଦେବତା ସ୍ନାନ ସାରି ଫେରିବା ବେଳେ ଉରଲେ ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ତରଫରୁ ବିଧି ରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ବାଡ଼ି ଦେବତା ନିଜ ଗ୍ରାମ ଅଭିମୁଖେ ଫେରି ଘର ଘର ପୂଜା ପାଇଥିଲେ ।ଏହି ଅବସରରେ ଭାଇର ଶୁଭ ମଙ୍ଗଳ ପାଇଁ ଉପବାସ କରିଥିବା ଭଉଣୀ ମାନେ ମା ମାହେଶ୍ୱରୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଭାଇ ହାତରେ ଜୁଇନ୍ତିଆ ବାନ୍ଧିଥାନ୍ତି।ବ୍ଲକର ଡ଼ଭଲା, ଅରିଗାଁ,ବଲାରଙ୍ଗା,ଭଣ୍ଡାର,ଗୁଲୁଣ୍ଡା,କର୍ତଙ୍ଗ ପ୍ରଭୃତି ସ୍ଥାନରେ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande