ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନା ଶିବିର
ବଲାଙ୍ଗିର, 18 ଅକ୍ଟୋବର (ହି.ସ.) ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନା ଶିବିର ସୁକ୍ରକର ସ୍ଥାନୀୟ ଶାନ୍ତିପଡା ଠାରେ ସଭାପତି ପ୍ରଭାକର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମଂଚର ପ୍ରାୟ ୫୭ଜଣ ସଦସ୍ୟ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଉପସଭାପତି ଅଶୋକ ଚାନ୍ଦ ଏ
ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନା ଶିବିର


ବଲାଙ୍ଗିର, 18 ଅକ୍ଟୋବର (ହି.ସ.)

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସଚେତନା ଶିବିର ସୁକ୍ରକର ସ୍ଥାନୀୟ ଶାନ୍ତିପଡା ଠାରେ ସଭାପତି ପ୍ରଭାକର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମଂଚର ପ୍ରାୟ ୫୭ଜଣ ସଦସ୍ୟ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଉପସଭାପତି ଅଶୋକ ଚାନ୍ଦ ଏବଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଓ ଅନ୍ୟମାନଙ୍କ ମଧ୍ୟରେ ମଂଚାସିନ ଥିଲେ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ଉପ ସଭାପତି ଇଂ. ହରେକୃଷ୍ଣ ମେହେର, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା । ମୁଖ୍ୟ ଅତିଥିଙ୍କୁ ଉପଢୈାକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ବରିଷ୍ଠ ଉପଦେଷ୍ଟା ଦୁର୍ଗା ପ୍ରସାଦ ହୋତା ଓ ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ସମାଜରେ ଅବହେଳିତ ଜନସାଧାରଣଙ୍କର ଅସୁବିଧା ଯଦି ବରିଷ୍ଠ ନାଗରିକମାନଙ୍କର ଦୃଷ୍ଟିଗୋଚର ହୁଏ ତାହା ହେଲେ ସେ ବାବଦରେ ଆମ ବିଭାଗକୁ ଜଣାଇବେ ଓ ଆମ ବିଭାଗ ତରଫରୁ ଯେତେ ଶିଘ୍ର ହେବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ । ଏତତବ୍ୟତିତ ଆଗାମୀ ଦିନରେ ଏକ ବୃହତ ବରିଷ୍ଠ ନାଗରିକ ସଚେତନା ଶିବିର ଆୟୋଜନ କରାଯିବ ଯେଉଁଥିରେ ଆଇନ ପରାମର୍ଶଦାତା, ଜିଲ୍ଲା ଓ ପୋଲିସ ପ୍ରଶାସନ ଅଧିକାରୀ, ବ୍ୟାଙ୍କ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରାଯାଇ ସାଇବର କ୍ରାଇମ ଉପରେ ପରାମର୍ଶ ଦିଆଯିବ । ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ବରିଷ୍ଠ ନାଗରିକ ମଂଚର କଲ୍ୟାଣ ପାଇଁ ଅନୁଦାନ ରାଶି ୫୦ହଜାର ଟଙ୍କା ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବରିଷ୍ଠ ଉପଦେଷ୍ଟା, ଧନଞ୍ଜନ ମିଶ୍ର ଓ ଅଶୋକ କୁମାର ମିଶ୍ର, ଯୁଗ୍ମ ସଂପାଦକ ଗୌର ଚନ୍ଦ୍ର ପୁରୋହିତ ଓ ପୂର୍ଣ୍ଣଚନ୍ଦ୍ର ମେହେର, ସଂଗଠନ ସଂପାଦକ ବିନୟ ମିଶ୍ର, କାର୍ଯ୍ୟାଳୟ ସଂପାଦକ ଗଣେଷ ଚନ୍ଦ୍ର ପାଢି ଓ ସଦସ୍ୟ ଅଭିରାମ ପ୍ରଧାନ । ଏହି ଶିବିରକୁ ଆୟୋଜନ କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସହଯୋଗରେ ଜିଲ୍ଲା ବରିଷ୍ଠ ନାଗରିକ ମଂଚ । ଶେଷରେ ଧନ୍ୟବାଦ ଦେଇଥିଲେ ସୁନିଲ ଚନ୍ଦ୍ର ବିଶ୍ୱାଲ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande