ଗ୍ୱାଲିୟର ସଡ଼କ ଦୁର୍ଘଟଣା: ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବ
ग्वालियर में शीतला माता मंदिर हादसा ।


ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଭୟାବହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ସେମାନେ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମ୍ଏନ୍ଆର୍ଏଫ୍)ରୁ ମୃତକଙ୍କ ପରିବାରବର୍ଗଙ୍କୁ ୨-୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦-୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ହୃଦୟ ବିଦାରକ। ମୁଁ ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ତାଙ୍କୁ ଗଭୀର ଦୁଃଖ ଦେଇଛି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମ୍ଏନ୍ଆର୍ଏଫ୍)ରୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ। ସେହିପରି ଆହତମାନଙ୍କୁ ୫୦-୫୦ ହଜାର ଟଙ୍କା ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମାତା ମନ୍ଦିର ନିକଟରେ ଶନିବାର ଓ ରବିବାର ମଧ୍ୟବର୍ତ୍ତୀ ରାତିରେ ସପ୍ତମୀ ଅବସରରେ ଶୀତଳା ମାତାଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ରକ୍ ମୃତ୍ୟୁର ତାଣ୍ଡବ ରଚିଥିଲା। ରାତି ଅଧ ପରେ ଚିନୌର ରୋଡ୍ର ଏକ ଢାଲୁ ରାସ୍ତାରେ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଶ୍ରଦ୍ଧାଳୁ, ଦୋକାନ ଏବଂ ମନ୍ଦିରର ପ୍ରବେଶ ଦ୍ୱାରରେ ଧକ୍କା ଦେଇଥିଲା। ଏହି ଭୟଙ୍କର ଧକ୍କାରେ ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।

ଏହି ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ, ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande