କୋଲକାତାରେ ଦଳାଚକଟା ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପରେ ରବିବାର ଘଟିଥିବା ଦଳାଚକଟା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି। ଡକ୍ଟର ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “କୋଲକାତାରେ ଘଟିଥ
हादसे के बाद का मंजर।


ନୂଆଦିଲ୍ଲୀ, ୧୮ ଅକ୍ଟୋବର (ହି.ସ.)। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପରେ ରବିବାର ଘଟିଥିବା ଦଳାଚକଟା ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି।

ଡକ୍ଟର ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “କୋଲକାତାରେ ଘଟିଥିବା ଦଳାଚକଟା ଘଟଣାରେ ମୁଁ ଗଭୀର ଦୁଃଖିତ। ପୀଡ଼ିତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।”

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପରେ ଘଟିଥିବା ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅତି କମ୍ରେ ୨୫ ଜଣ ଆହତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande