ଅଷ୍ଟମୀ ତିଥିରେ ମା ସମଲେଶ୍ୱରୀ ମା ମହାଗୌରୀ ବେଶରେ ଦର୍ଶନ
ବଲାଙ୍ଗିର, 18 ଅକ୍ଟୋବର (ହି.ସ.) ଶାରଦୀୟ ନବ ରାତ୍ରୀର ଆଜି ଅଷ୍ଟମୀ ତିଥିରେ ମା ସମଲେଶ୍ୱରୀ ମା ମହାଗୌରି ବେଶରେ ଦର୍ଶନ ଦେଇଛନ୍ତି।ବଲାଙ୍ଗିର ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ଅବସରରେ ଭିନ୍ନ ଭିନ୍ନ ଦିବ୍ୟ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ସେଥିମଧ୍ୟ
ଅଷ୍ଟମୀ ତିଥିରେ ମା ସମଲେଶ୍ୱରୀ ମା ମହାଗୌରି ବେଶରେ ଦର୍ଶନ


ଅଷ୍ଟମୀ ତିଥିରେ ମା ସମଲେଶ୍ୱରୀ ମା ମହାଗୌରି ବେଶରେ ଦର୍ଶନ


ବଲାଙ୍ଗିର, 18 ଅକ୍ଟୋବର (ହି.ସ.) ଶାରଦୀୟ ନବ ରାତ୍ରୀର ଆଜି ଅଷ୍ଟମୀ ତିଥିରେ ମା ସମଲେଶ୍ୱରୀ ମା ମହାଗୌରି ବେଶରେ ଦର୍ଶନ ଦେଇଛନ୍ତି।ବଲାଙ୍ଗିର ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ଅବସରରେ ଭିନ୍ନ ଭିନ୍ନ ଦିବ୍ୟ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାନ୍ତି। ସେଥିମଧ୍ୟରୁ ଆଜି ଅଷ୍ଟମୀ ର ମହାଗୌରୀ ବେଶ । ନବରାତ୍ରୀ ର ଅଷ୍ଟମୀ ତିଥି ରେ ଅତ୍ୟନ୍ତ ମନୋରମ ବେଶ ମା ଙ୍କ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ।

ମହାଗୌରୀ ବେଶରେ ମାଆ ସମଲେଶ୍ୱରୀଙ୍କୁ ଶ୍ୱେତ ଓ ସୁବର୍ଣ୍ଣ ଆଭୂଷଣ ରେ ସଜ୍ଜିତ କରାଯାଏ, ଯାହା ମାଆଙ୍କର ପବିତ୍ରତା, ଶାନ୍ତି ଓ ସୌମ୍ୟ ରୂପକୁ ପ୍ରଦର୍ଶିତ କରିଥାଏ। ଦେବୀଙ୍କର ଏହି ଶାନ୍ତ ସ୍ୱରୂପକୁ ଦର୍ଶନ କରିବା ପାଇଁ ସମଲେଶ୍ୱରୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଭକ୍ତ ମାଙ୍କ ଦର୍ଶନ କରୁଛନ୍ତି।

ଅନ୍ୟାନ୍ୟ ପ୍ରମୁଖ ବେଶ ମଧ୍ୟରେ ଶାରଦୀୟ ଦୁର୍ଗାପୂଜା ସମୟରେ ମାଆ କେବଳ ପବିତ୍ର ମହାଳୟା ତିଥିରେ ସବୁଠାରୁ ପ୍ରସିଦ୍ଧ ଧବଳମୁଖୀ ବେଶ ଯାହାକୁ ଗଙ୍ଗା ଦର୍ଶନ ମଧ୍ୟ କୁହାଯାଏ ଧାରଣ କରନ୍ତି। ଏହାପରେ ନବରାତ୍ରୀ ର ୯ ଦିନ ଧରି ମାଆ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ଆଦି ନବଦୁର୍ଗା ରୂପରେ ପୂଜା ପାଆନ୍ତି।

ଆଜି ଭାଈ ଯୁଇନ୍ତିଆ ଓଷା ପଶ୍ଚିମ ଓଡ଼ିଶା ବିଶେଷ କରି ବଲାଂଗିର ଜିଲ୍ଳାର ପୁର ପଲ୍ଲୀରେ ଭାଇ ମାନଙ୍କ ସୁସ୍ଥ ସବଳ ଦୀର୍ଘ ଜୀବନ କାମନା କରି ଭଉଣୀ ମନେ ନିର୍ଜଳା ଉପବାସ ରଖି ଭାଇ ମାନଂକ କାମନା କରି ବ୍ରତ ରଖନ୍ତି। ପିଲାରୁ ବୃଦ୍ଧା ପର୍ୟ୍ୟନ୍ତ ସମସ୍ତ ଭଉଣୀ ନିଜ ଭାଇ କିମ୍ବା

ମା ଘରକୁ ଘାରକୁ ନିଶ୍ଚିତ ଏଥିପାଇଁ ବ୍ରତ ରଖିବାକୁ ଆସିଥାନ୍ତି। ଆଜି ସନ୍ଧ୍ୟା ରେ ଦେବୀ କୋଠି କିମ୍ବା ଦୂର୍ଗା ମେଢ଼ ମନ୍ଦିର ରେ ସମସ୍ତ ଭଉଣୀ ମା ଙ୍କ ପୂଜର୍ଚ୍ଚନା କରି ଭାଈ ପାଈଁ ଉଷା କରିଥାନ୍ତି, ଆସନ୍ତା କାଲି ସକାଳେ ଭାଇ ମନଙ୍କୁ ଦୁବ ଛୁଆଁଇ ବନ୍ଦଇ ଥାଆନ୍ତି ପରେ ଜଳ ଗ୍ରହଣ କରିଥାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande