ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ପୁରୀ ଜିଲ୍ଲାର କାକଟପୁରରେ ୩୨.୦ ମି.ମି., କୋରାପୁଟ ଜିଲ୍ଲା ପଟାଙ୍ଗିରେ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୮ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ପୁରୀ ଜିଲ୍ଲାର କାକଟପୁରରେ ୩୨.୦ ମି.ମି., କୋରାପୁଟ ଜିଲ୍ଲା ପଟାଙ୍ଗିରେ ୩୨.୦ ମି.ମି., ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରରେ ୧୮.୨ ମି.ମି., ଗଜପତି ଜିଲ୍ଲାର ନୂଆଗଡ଼ରେ ୧୦.୬ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୧୦.୬ ମି.ମି., ବାଲେଶ୍ୱର ଜିଲ୍ଲାର ବାଲେଶ୍ୱରରେ ୧୦.୦ ମି.ମି., ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୯.୦ ମି.ମି., ବ୍ରହ୍ମପୁରରେ ୮.୪ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୮.୧ ମି.ମି., ବାଲେଶ୍ୱର ଜିଲ୍ଲାର ଜଇପୁରରେ ୮.୦ ମି.ମି., ରେମୁଣାରେ ୭.୦ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ପୋଲସରାରେ ୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande