ଜମୁଛି ଭଦ୍ରକ ରାଣୀତାଲର ଦୁର୍ଗାପୂଜା
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ସୁଲୁସୁଲିଆ ଶୀତୁଆ ପବନ ସହ କାଶତଣ୍ଡିର ତାଳେ ନାଚୁଛି ଗାଁ ଠୁ ସହର । ସେହି ପାର୍ବଣ ନାଚରେ ସାମିଲ ହୋଇଛି ରାଣୀତାଲ ଅଂଚଳ। ବାର ବର୍ଷରେ ପଦାର୍ପଣ କରଥିବା ରାଣୀତାଲ ଦୁର୍ଗାପୂଜା ବେଶ ଜମୁଛି ଏଥର। ପାଗ ଅନୁକୂଳ ଥିବାରୁ ଦୁଇ ଦିନ ହେବ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ
RANITAL DURGA PUJA JAMUCHI


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ସୁଲୁସୁଲିଆ ଶୀତୁଆ ପବନ ସହ କାଶତଣ୍ଡିର ତାଳେ ନାଚୁଛି ଗାଁ ଠୁ ସହର । ସେହି ପାର୍ବଣ ନାଚରେ ସାମିଲ ହୋଇଛି ରାଣୀତାଲ ଅଂଚଳ। ବାର ବର୍ଷରେ ପଦାର୍ପଣ କରଥିବା ରାଣୀତାଲ ଦୁର୍ଗାପୂଜା ବେଶ ଜମୁଛି ଏଥର। ପାଗ ଅନୁକୂଳ ଥିବାରୁ ଦୁଇ ଦିନ ହେବ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ ମିଳୁଛି। ଚଳିତ ବର୍ଷ ମେଢ଼ ସହ ଆଲୋକ ସଜା ବେଶ ଆକର୍ଷଣୀୟ ହୋଇଛି। ମନ୍ତ୍ର ଧୁନୀରେ ରାଣୀତାଲ ଅଞ୍ଚଳରେ ଭକ୍ତିମୟ ପାରିବେଶ ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପରିବେଶକୁ ବେଶ ଭାବଗର୍ଭକ କରିଥିବା ବେଳେ ଆସନ୍ତା କାଲି କୁନି କୁନି ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ, ନବମିରେ ପାଲା ପରିବେଷଣ ବେଶ ଚିତାକର୍ଷକ ହେବ ବୋଲି କିଛି ଭକ୍ତ ପ୍ରକାଶ କରିଛନ୍ତି। ରାଣୀତାଲ ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାର ସୀମାରେ ହୋଇଥିବା ଯୋଗୁ ଏଠାରେ ଭକ୍ତଙ୍କର ସମାଗମ ହୋଇଥାଏ। ତା ଛଡା ଆଖପାଖ ପଂଚାୟତରେ ଏହା ବଡ଼ ପର୍ବ ହୋଇ ଥିବାରୁ ଲୋକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ପାରିଲକ୍ଷୀତ ହୋଇଥାଏ। ଏଠାରେ ସ୍ମରଣଯୋଗ୍ୟ ଶିକ୍ଷାବିତ ତଥା ସମାଜସେବୀ ନିଜର ଚାକିରୀ ଜୀବନରୁ ଅବସର ପରେ ସୁଦୂର ରାଉରକେଲାରୁ ନିଜ ଅଂଚଳକୁ ବାହୁଡ଼ି ଆସିବା ସହ ଏ ଅଂଚଳରେ ଧର୍ମ ଭାବନା ଜାଗ୍ରତ ପାଇଁ କିଛି ଭକ୍ତଙ୍କ ସହାୟତାରେ ୨୦୧୫ରେ ଆରମ୍ଭ କରିଥିଲେ ଏହି ପୂଜା ଯାହାକି ଆଜି ଗଣବର୍ଷରେ ପରିଣତ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande