ମାଲକାନଗିରିରେ ଆର୍ଏସ୍ଏସ୍ର ଶତାବ୍ଦୀ ପୂର୍ତ୍ତି ସମାରୋହ ଅନୁଷ୍ଠିତ
ମାଲକାନଗିରି , ୧୮ ଅକ୍ଟୋବର (ହି.ସ.) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଶତାବ୍ଦୀ ପୂର୍ତ୍ତି ଅବସରରେ ମାଲକାନଗିରିଠାରେ ଏକ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ହଜାରରୁ ଊର୍ଦ୍ଧ୍ୱ ସ୍ୱୟଂସେବକ ଯୋଗଦେଇ ପଥ ସଞ୍ଚଳନ କରିଥିବା ବେଳେ ଏହା ସହିତ ଶକ୍ତି ପୂଜନ କାର୍ଯ୍ୟକ୍ରମ ମଧ୍ୟ ଆୟ
ମାଲକାନଗିରିରେ ଆର୍ଏସ୍ଏସ୍ର ଶତାବ୍ଦୀ ପୂର୍ତ୍ତି ସମାରୋହ ଅନୁଷ୍ଠିତ


ମାଲକାନଗିରି , ୧୮ ଅକ୍ଟୋବର (ହି.ସ.)

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଶତାବ୍ଦୀ ପୂର୍ତ୍ତି ଅବସରରେ ମାଲକାନଗିରିଠାରେ ଏକ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ହଜାରରୁ ଊର୍ଦ୍ଧ୍ୱ ସ୍ୱୟଂସେବକ ଯୋଗଦେଇ ପଥ ସଞ୍ଚଳନ କରିଥିବା ବେଳେ ଏହା ସହିତ ଶକ୍ତି ପୂଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଏହି ସମାରୋହରେ ଅବସରପ୍ରାପ୍ତ ସୈନିକ ଗଙ୍ଗାଧର ଧାରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଭରତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।

ସେହିପରି ସହପ୍ରାନ୍ତ ଶାରୀରିକ ପ୍ରମୁଖ ସମାରୁ ପଢ଼ିଆମି, ବିଭାଗ କାର୍ଯ୍ୟବାହ କାର୍ତ୍ତିକ ଚନ୍ଦ୍ର ନାୟକ, ଜିଲ୍ଲା କାର୍ଯ୍ୟବାହ ପରିତୋଷ ସରକାର ଏବଂ ସହପ୍ରାନ୍ତ ସେବା ପ୍ରମୁଖ ରବୀନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ଶତାବ୍ଦୀ ପୂର୍ତ୍ତି ସମାରୋହ ଅବସରରେ ଆୟୋଜିତ ପଥ ସଞ୍ଚଳନ ଓ ଶକ୍ତି ପୂଜନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂସେବକଙ୍କ ଉପସ୍ଥିତି ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande