
ଘଟଗାଁ, ୧୮ ଅକ୍ଟୋବର (ହି.ସ.)- ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ସଂସଦ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡଃ. ଗୋବିନ୍ଦ ଚନ୍ଦ୍ର ମହାନ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଥିଲେ।
ସଭାପତି ରୋଜାଲିନ ରାଉତ, ସାଧାରଣ ସମ୍ପାଦକ ଆଶିଷ ସେଠୀ, ଉପସଭାପତି ଯତୀନ କୁମାର ମହାନ୍ତଙ୍କ ସମେତ ବିଭିନ୍ନ ପଦବୀରେ ନିର୍ବାଚିତ ପ୍ରତିନିଧି ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଡଃ. ପ୍ରଣତି ଭୂୟାଁ, ସହଉପଦେଷ୍ଟା ପ୍ରମୋଦ କୁମାର ଜେନାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ