ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା : ବିଦ୍ୟାଳୟ ପାଚେରି କଡ଼ରେ ମୁକୁଳା ଟ୍ରାନ୍ସଫର୍ମର; ସୁରକ୍ଷା ବାଡ଼ ନିର୍ମାଣ ଦାବି
ଘଟଗାଁ, ୧୮ ଅକ୍ଟୋବର (ହି.ସ.)- ବିଦ୍ୟାଳୟ ପାଚେରି କଡ଼ରେ ମୁକୁଳା ହୋଇ ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହା ଛାତ୍ରଛାତ୍ରୀଙ୍କ ସମେତ ପଥଚାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ଏହାର ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ କରା ନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟ
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା!  ବିଦ୍ୟାଳୟ ପାଚେରି କଡ଼ରେ ମୁକୁଳା ଟ୍ରାନ୍ସଫର୍ମର; ସୁରକ୍ଷା ବାଡ଼ ନିର୍ମାଣ ଦାବି


ଘଟଗାଁ, ୧୮ ଅକ୍ଟୋବର (ହି.ସ.)- ବିଦ୍ୟାଳୟ ପାଚେରି କଡ଼ରେ ମୁକୁଳା ହୋଇ ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏହା ଛାତ୍ରଛାତ୍ରୀଙ୍କ ସମେତ ପଥଚାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ଏହାର ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ କରା ନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ୍ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ପଞ୍ଚାୟତ ଅନ୍ତର୍ଗତ ବନଦୁର୍ଗା ବିଦ୍ୟାପୀଠର ରାଜପାଟ ପାଚେରି କଡ଼ରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସ୍ଥାପିତ ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହିଛି। ଘଟଗାଁ-ହରିଚନ୍ଦନପୁର ରେଳଷ୍ଟେସନକୁ ସଂଯୋଗ କରୁଥିବା ଭିଆଇପି ରାସ୍ତା କଡ଼ରେ ଏହା ରହିଥିବାରୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା ରହିଛି।

ଅନ୍ୟ ସ୍ଥାନରେ ଟ୍ରାନ୍ସଫର୍ମର ଗୁଡ଼ିକର ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ କରାଯାଇଥିବା ବେଳେ ଏଠାରେ ଏଭଳି ବ୍ୟବସ୍ଥା ନଥିବା ନେଇ ପ୍ରଶ୍ନ ଉଠିଛି। ବିଦ୍ୟୁତ୍ ବିଭାଗର ଏହି ଅବହେଳା କୌଣସି ସମୟରେ ଅଘଟଣକୁ ଆମନ୍ତ୍ରଣ କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ବିଦ୍ୟୁତ୍ ବିଭାଗ ଆଉ ବିଳମ୍ବ ନକରି ଟ୍ରାନ୍ସଫର୍ମର ଚାରିପଟେ ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ କରିବା ସହ ଛାତ୍ରଛାତ୍ରୀ ଓ ପଥଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande