ଅଷ୍ଟମୀରେ ମା ଉଗ୍ରତାରଙ୍କ ପୀଠରେ ଲାଗି ହେଲା ମାଛ ବେସର।
ଖୋର୍ଦ୍ଧା, 18 ଅକ୍ଟୋବର (ହି.ସ.) , ନବଦିନାତ୍ମକ ପୂଜାର ଆଜି ହେଉଛି ଅଷ୍ଟମ ଦିନ। ଅଷ୍ଟମ ଦିନରେ ମା’ଉଗ୍ରତାରା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମା’ଉଗ୍ରତାରାଙ୍କ ପୀଠ। ପ୍ରକାଶ ଥାଉକି ଜିଲାର ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ଟାଙ୍ଗୀବ୍ଲକ ସାନ ର
Ugratara


ଖୋର୍ଦ୍ଧା, 18 ଅକ୍ଟୋବର (ହି.ସ.)

, ନବଦିନାତ୍ମକ ପୂଜାର ଆଜି ହେଉଛି ଅଷ୍ଟମ ଦିନ। ଅଷ୍ଟମ ଦିନରେ ମା’ଉଗ୍ରତାରା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମା’ଉଗ୍ରତାରାଙ୍କ ପୀଠ।

ପ୍ରକାଶ ଥାଉକି ଜିଲାର ଶକ୍ତି ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଉଗ୍ରତାରାଙ୍କ ପୀଠ ଅନ୍ୟତମ। ପୀଠରେ ପାରମ୍ପରିକ ରୀତିରେ ଚାଲିଛି ଶାରଦୀୟ ନବଦିନତ୍ମକ ପୂଜା। ଏହି ପୂଜାର ମହାଷ୍ଟମୀ ଅବସରରେ ପାରମ୍ପରିକ ରୀତିନୀତିରେ ମା’ଉଗ୍ରତାରାଙ୍କୁ ଅଗରୁ, ଚୁଆ, ଚନ୍ଦନ, କର୍ପୁର ମିଶ୍ରିତ ସୁଶୀତଳ ଜଳରେ ପ୍ରତ୍ୟୁରୁ ସ୍ନାନ ମାଜଣା କାର୍ଯ୍ୟ କରାଯାଇଥିଲା।ପରେ ମା’ଙ୍କୁ ନୂତନ ବସ୍ତ୍ର ପିନ୍ଧାଯାଇ ସୁଗନ୍ଧ ପୁଷ୍ପ ମାଲ୍ୟରେ ମହାଗୌରୀ ବେଶରେ ସଜା ଯାଇଥିଲା। ମଙ୍ଗଳ ଆଳତୀ ପରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇଥିଲା। ସକାଳୁ ମା’ଙ୍କ ମଙ୍ଗଳ ଆଳତୀ ପରେ ସକାଳ ବାଳ ଭୋଗରେ ବିଭିନ୍ନ ଫଳ ମୂଳ ସମେତ ଶୁଖିଲା ଭୋଗ ମଧ୍ୟାହ୍ନରେ ଅନ୍ନ, କ୍ଷୀରି, ଖଟା, ମାଛ ବେସର ଓ ଘାଣ୍ଟ ଆଦି ଭୋଗ ଓ ସାରେ ମାଛ ପୋଡାବଳି ଲାଗି କରାଯିବା ସହ ରାତିରେ ପାରମ୍ପରିକ ଗୁପ୍ତ ପୂଜାବିଧି ସମ୍ପନ୍ନ ହେବ ବୋଲି ପୂଜକ ମନୋରଞ୍ଜନ ସାମନ୍ତରାୟ କହିଛନ୍ତି।ତେବେ ଗୋଲାପୀ ହେଉଛି ପ୍ରେମ, ସ୍ନେହ, ମମତା ଏବଂ ଧର୍ଯ୍ୟର ରଙ୍ଗ। ମା’ଙ୍କ କରୁଣାମୟ ରୁପକୁ ଏହା ପ୍ରତିଫଳିତ କରେ ବୋଲି ଆଜି ବିଭିନ୍ନ ଗୋଲାପୀ ରଙ୍ଗର ଫୁଲରେ ମା’ଙ୍କୁ ସଜା ଯାଇଥିବା ପୂଜକ ଦେବୀପ୍ରସାଦ ସାମନ୍ତରାୟ କହିଛନ୍ତି।

ଏହି ଅବସରରେ ଚଣ୍ଡୀପାଠ ସମେତ ଅନ୍ୟାନ୍ୟ ଶ୍ଳୋକ, ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନରେ ମା’ଙ୍କ ପୀଠରେ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମା’ଙ୍କର ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କଲେ ପରିବାରରେ ଶୁଖ, ଶାନ୍ତି ହୁଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ଏହି ବେଶ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande