
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)- ମା’ ଦୁର୍ଗାଙ୍କ ଅଷ୍ଟମ ସ୍ୱରୂପା ମା’ ମହାଗୌରୀଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି
ଯେ, ଶ୍ୱେତ ବୃଷଭ ଉପରେ ଆରୂଢ଼ା, ଶ୍ୱେତ ବସ୍ତ୍ରଧାରିଣୀ ଓ ପବିତ୍ର ସ୍ୱରୂପା। ମହାଦେବଙ୍କୁ ଆନନ୍ଦ
ପ୍ରଦାନ କରୁଥିବା ମା’ ମହାଗୌରୀ ସମସ୍ତଙ୍କର ମଙ୍ଗଳ କରନ୍ତୁ।
କେନ୍ଦ୍ରମନ୍ତ୍ରୀ ଆଦିଶକ୍ତି
ମା’
ଦୁର୍ଗାଙ୍କ ଅଷ୍ଟମ ସ୍ୱରୂପା ମା’ ମହାଗୌରୀଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ କରିଛନ୍ତି । ମା’ଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସକାରାତ୍ମକ ଶକ୍ତିର ସଞ୍ଚାର ହେଉ ଏବଂ ସମସ୍ତ ଭକ୍ତଙ୍କ
ମନୋକାମନା ପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା