
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.): ଓଡ଼ିଶାର ନୂଆ
ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ଶପଥ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ଲୋକ
ଭବନର ଅଭିଷେକ ହଲ୍ ଠାରେ ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ୍
ଓଡ଼ିଶାର ରାଜ୍ୟପାଳ ଭାବେ ଶ୍ରୀ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ
ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକ ଏବଂ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କ ସମେତ ବହୁ
ବିଶିଷ୍ଟ ଅତିଥି ଯୋଗଦେଇଛନ୍ତି। ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି
ଭବାନୀଶଙ୍କର ଭୋଇ ଓ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ବି ଏଥିରେ
ଯୋଗ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ