
ନୂଆଦିଲ୍ଲୀ, ଅକ୍ଟୋବର ୧୯ (ହି.ସ.)। ଘରୋଇ ସରାଫା ବଜାରରେ ଆଜି ପ୍ରାରମ୍ଭିକ କାରବାର ସମୟରେ ସୁନା ଓ ରୂପା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଦରରେ ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୭,୬୫୦ ଟଙ୍କାରୁ ୧,୪୭,୮୦୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୩୫,୩୪୦ ଟଙ୍କାରୁ ୧,୩୫,୪୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୂପା ଦରରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି। ଏହା ଫଳରେ ଦିଲ୍ଲୀ ସରାଫା ବଜାରରେ ଆଜି ରୂପା କିଲୋଗ୍ରାମ ପିଛା ୨,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧,୪୭,୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୩୫,୪୯୦ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୭,୬୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୫,୩୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ୧୦ ଗ୍ରାମ ପିଛା ୧,୪୭,୭୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୩୫,୩୯୦ ଟଙ୍କା ରହିଛି। ଏହି ପ୍ରମୁଖ ସହରଗୁଡ଼ିକ ବ୍ୟତୀତ ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୭,୬୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୫,୩୪୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧,୪୭,୬୫୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୩୫,୩୪୦ ଟଙ୍କା ରହିଛି। ଭୋପାଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୪୭,୭୦୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୩୫,୩୯୦ ଟଙ୍କାରେ ବିକ୍ରି ହେଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା