ପାରା ଏସିଆନ୍ ଗେମ୍ସ: ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଇତିହାସ ରଚିଲେ ଶୀତଲ ଦେବୀ, ଏସୀୟ ରେକର୍ଡ ମଧ୍ୟ ଭାଙ୍ଗିଲେ
ପାୟଲ ନାଗ ଯୁଗ୍ମ ଭାବେ ପଞ୍ଚମ ସ୍ଥାନରେ ଆଇଚି-ନାଗୋୟା, ଅକ୍ଟୋବର ୧୯ (ହି.ସ.)। ଭାରତର ଷ୍ଟାର ପାରା ତୀରନ୍ଦାଜ ଶୀତଲ ଦେବୀ ସୋମବାର ପାରା ଏସିଆନ୍ ଗେମ୍ସ ୨୦୨୬ର ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ଏବଂ ନୂଆ ଏସୀୟ ରେକର
शीतल देवी


ପାୟଲ ନାଗ ଯୁଗ୍ମ ଭାବେ ପଞ୍ଚମ ସ୍ଥାନରେ

ଆଇଚି-ନାଗୋୟା, ଅକ୍ଟୋବର ୧୯ (ହି.ସ.)। ଭାରତର ଷ୍ଟାର ପାରା ତୀରନ୍ଦାଜ ଶୀତଲ ଦେବୀ ସୋମବାର ପାରା ଏସିଆନ୍ ଗେମ୍ସ ୨୦୨୬ର ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି ଏବଂ ନୂଆ ଏସୀୟ ରେକର୍ଡ ନିଜ ନାମରେ କରିଛନ୍ତି। ଶୀତଲ ୭୨୦ରୁ ୭୦୪ ପଏଣ୍ଟ ହାସଲ କରିଛନ୍ତି। ଏହି ପ୍ରଦର୍ଶନ ସହ ସେ ନିଜ ଖେଳରେ ପୂର୍ବରୁ ପ୍ରତିଷ୍ଠିତ ୬୯୮ ପଏଣ୍ଟର ଏସୀୟ ରେକର୍ଡକୁ ୬ ପଏଣ୍ଟରେ ଅତିକ୍ରମ କରିଛନ୍ତି।

ଯୋଗ୍ୟତା ପର୍ଯ୍ୟାୟରେ ୭୨ଟି ତୀର ଚାଳନା ପରେ ପ୍ରକାଶିତ ଫଳାଫଳ ଅନୁଯାୟୀ, ଶୀତଲ ଉଭୟ ୫୦ ମିଟର ରାଉଣ୍ଡରେ ୩୫୨-୩୫୨ ପଏଣ୍ଟ ହାସଲ କରିଥିଲେ। ତାଙ୍କ ନାମରେ ୩୨ଟି ଏକ୍ସ (କେନ୍ଦ୍ରବିନ୍ଦୁ) ଏବଂ ୨୫ଟି ୧୨ ପଏଣ୍ଟର ଟାର୍ଗେଟ୍ ରେକର୍ଡ ହୋଇଛି। ତାଙ୍କର ଏହି ପ୍ରଦର୍ଶନ ଭାରତୀୟ ପାରା ତୀରନ୍ଦାଜୀ ପାଇଁ ଏକ ବଡ଼ ଉପଲବ୍ଧି।

ସିଙ୍ଗାପୁରର ନୁର ସ୍ୟାହିଦା ଅଲିମ୍ ୬୮୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚୀନର ଶୁଏକିଙ୍ଗ ଶୁ ୬୮୦ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ପାଇଛନ୍ତି। ବାଂଲାଦେଶର ଜୋମା ଅଖତର ୬୭୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଭାରତର ଅନ୍ୟ ଜଣେ ତୀରନ୍ଦାଜ ପାୟଲ ନାଗ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ୭୨୦ରୁ ୬୭୫ ପଏଣ୍ଟ ହାସଲ କରି ଯୋଗ୍ୟତା ପର୍ଯ୍ୟାୟରେ ଯୁଗ୍ମ ଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି। ଇଣ୍ଡୋନେସିଆର ତେଓଦୋରା ଫେରେଲି ଅଡି ଆୟୁଦିଆ ମଧ୍ୟ ୬୭୫ ପଏଣ୍ଟ ହାସଲ କରିଥିଲେ। ତେବେ ଉଭୟ ଖେଳାଳିଙ୍କ ଏକ୍ସ ଓ ୧୦ ପଏଣ୍ଟର ଟାର୍ଗେଟ୍ ସଂଖ୍ୟା ଭିନ୍ନ ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande