ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଡଃ ଢାଲ ସିଂହ ବିସେନ
ଡେରାଡୁନ, ଅକ୍ଟୋବର ୧୯ (ହି.ସ.)। ଡଃ ଢାଲ ସିଂହ ବିସେନ ସୋମବାର ଉତ୍ତରାଖଣ୍ଡର ନବମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଲୋକ ଭବନରେ ଆୟୋଜିତ ସମାରୋହରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ
डॉ. ढाल सिंह बिसेन लोकभवन में राज्यपाल पद की शपथ लेते।


ଡେରାଡୁନ, ଅକ୍ଟୋବର ୧୯ (ହି.ସ.)। ଡଃ ଢାଲ ସିଂହ ବିସେନ ସୋମବାର ଉତ୍ତରାଖଣ୍ଡର ନବମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଲୋକ ଭବନରେ ଆୟୋଜିତ ସମାରୋହରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ।

ପ୍ରଥମେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସମ୍ପର୍କିତ ଅଧିପତ୍ର ପାଠ କରିଥିଲେ। ଏହା ପରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ମନୋଜ ତିୱାରୀ ତାଙ୍କୁ ଶପଥ ପାଠ କରାଇଥିଲେ। ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ଡଃ ବିସେନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୧୨ ତାରିଖରେ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ମୁଖ୍ୟ ଶାସନ ସଚିବ ଆନନ୍ଦ ବର୍ଦ୍ଧନ, ମନ୍ତ୍ରୀ, ବିଧାୟକଙ୍କ ସମେତ ବରିଷ୍ଠ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଡଃ ଢାଲ ସିଂହ ବିସେନଙ୍କ ଜନ୍ମ ୧୪ ମେ ୧୯୫୨ରେ ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ପିପରିଆଠାରେ ହୋଇଥିଲା। ସେ ୧୯୯୦ ମସିହାରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୯୩, ୧୯୯୮ ଏବଂ ୨୦୦୩ ମସିହାରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୩ ମସିହାରେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ ହେବା ପରେ ବିସେନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ସେ ୨୦୦୩ରୁ ୨୦୦୫ ପର୍ଯ୍ୟନ୍ତ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବନ, ପରିବହନ, ଖଣି, ବିଦ୍ୟାଳୟ ଶିକ୍ଷା ଏବଂ ଜେଲ୍ ବିଭାଗ ସମେତ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଥିଲେ।

ବିସେନ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ରାଜ୍ୟ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ବାଲାଘାଟ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା। ସେଠାରୁ ନିର୍ବାଚିତ ହୋଇ ସେ ପ୍ରଥମ ଥର ପାଇଁ ଲୋକସଭାରେ ପହଞ୍ଚିଥିଲେ।

ରାଜନୈତିକ ଓ ପ୍ରଶାସନିକ ଦାୟିତ୍ୱ ସହିତ ବିସେନ ସାମାଜିକ କାର୍ଯ୍ୟକଳାପ ସହ ମଧ୍ୟ ଜଡ଼ିତ ରହିଛନ୍ତି। ସେ ଅନ୍ୟ ପଛୁଆ ବର୍ଗ (ଓବିସି)ର ଅନ୍ତର୍ଭୁକ୍ତ ଏବଂ ଭୋୟାର ପୱାର ସମାଜ ସହ ତାଙ୍କର ସମ୍ପର୍କ ରହିଛି। ଆୟୁର୍ବେଦ ଓ ହୋମିଓପାଥି ସହ ଜଡ଼ିତ ଚିକିତ୍ସକ ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି।

ମଧ୍ୟପ୍ରଦେଶର ରାଜନୀତିରେ ଦୀର୍ଘ ସମୟ ଧରି ସକ୍ରିୟ ରହିଥିବା ଡଃ ଢାଲ ସିଂହ ବିସେନ ସୋମବାର ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande