ସଡ଼କ ଦୁର୍ଘଟଣା ରେ ଆଖି ବୁଜିଲା କୁନି ଶିଶୁ, ଅନ୍ୟ ୩ ଜଣ ଗୁରୁତର
ମାଲକାନଗିରି , ୨୧ ଅକ୍ଟୋବର (ହି.ସ.)ଦୁର୍ଗାପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ବୁଜିଲା କୁନି ଶିଶୁ । ଅନ୍ୟ ୩ ଜଣ ଗୁରୁତର । ମାଲକାନଗିରି ଜିଲ୍ଲା କାଲିମେଳାରେ ଅଟୋକୁ ପିଟିଲା କଣ୍ଟେନର୍ । ଏଥିରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ମହିଳା ଗୁରୁତର ହ
ସଡ଼କ ଦୁର୍ଘଟଣା ରେ ଆଖି ବୁଜିଲା କୁନି ଶିଶୁ, ଅନ୍ୟ ୩ ଜଣ ଗୁରୁତର


ମାଲକାନଗିରି , ୨୧ ଅକ୍ଟୋବର (ହି.ସ.)ଦୁର୍ଗାପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ବୁଜିଲା କୁନି ଶିଶୁ । ଅନ୍ୟ ୩ ଜଣ ଗୁରୁତର । ମାଲକାନଗିରି ଜିଲ୍ଲା କାଲିମେଳାରେ ଅଟୋକୁ ପିଟିଲା କଣ୍ଟେନର୍ । ଏଥିରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ମହିଳା ଗୁରୁତର ହୋଇଛନ୍ତି । କାଲିମେଳା ପୁଲିସ ଚେକ୍ ପୋଷ୍ଟ ନିକଟରେ ଘଟିଛି ଦୁର୍ଘଟଣା ।ମଙ୍ଗଳବାର ରାତିରେ ଦୁର୍ଗା ପୂଜା ଦେଖିବାକୁ କାଲିମେଳାରୁ ପରିବାରଲୋକେ ଏମ୍ଭି-୬୪କୁ ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ସେଠାରୁ ଆଜି ସକାଳୁ ଜଣେ ଗୁରୁତର ମହିଳାଙ୍କୁ କୋରାପୁଟ ମେଡିକାଲ ପଠା ଯାଇଛି!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande