ସଡ଼କ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
ଜୟପୁର, ୨୧ ଅକ୍ଟୋବର(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚନ୍ଦ୍ର ବେହେରା। ସୂଚନା ଅନୁଯାୟୀ, ମଙ୍ଗଳବାର ସଂନ୍ଧ୍ୟା ସମୟରେ ଚନ୍ଦ୍ର ବେହେରା ଦଶହରା ଦେଖିବା
ସଡ଼କ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ,


ଜୟପୁର, ୨୧ ଅକ୍ଟୋବର(ହି.ସ.) – ଜୟପୁର ସଦର ଥାନା ଅନ୍ତର୍ଗତ ଆମ୍ବାଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚନ୍ଦ୍ର ବେହେରା। ସୂଚନା ଅନୁଯାୟୀ, ମଙ୍ଗଳବାର ସଂନ୍ଧ୍ୟା ସମୟରେ ଚନ୍ଦ୍ର ବେହେରା ଦଶହରା ଦେଖିବା ପାଇଁ ଜୟପୁର ବାହାରିଥିଲେ। ବିଜେ-୨ ଗ୍ରାମରୁ ଆସି ଆମ୍ବାଗୁଡ଼ା ବସଷ୍ଟାଣ୍ଡ ଛକ ନିକଟରେ ଏକ ବାଇକ ତାଙ୍କୁ ଜୋର ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ହୋଣ୍ଡା ବାଇକ୍କୁ ଚାଳକ ଜଣକ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଆହତ ଡମ୍ବୁଙ୍କୁ ତୁରନ୍ତ ରାବଣାଗୁଡ଼ା ମେଡ଼ିକାଲକୁ ନିଆଯାଇଥିଲା। ସେଠାରୁ ତାଙ୍କ ପରିବାର ଲୋକେ ପରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ମୃତକଙ୍କ ସମ୍ପର୍କୀୟ ଭାଇ କେଶବ ପେଣ୍ଠିଆ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତିକରି ପୋଲିସ ନଂ ୩୩୨/୨୬ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏବଂ ମେଡ଼ିକାଲରେ ମୃତକର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande