ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଉଦଘାଟିତ
ସୁବାଷବାଦୀ ବିଚାରଧାରା ଆଧାରରେ ସଂଗ୍ରାମ ଗଢ଼ିତୋଳିବାକୁ ଆହ୍ୱାନ ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାରର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଆଜି ଭୁବନେଶ୍ୱରସ୍ଥ ନେତାଜୀ ଭବନ ପରିସରରେ
ଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଉଦଘାଟିତ


ସୁବାଷବାଦୀ ବିଚାରଧାରା ଆଧାରରେ ସଂଗ୍ରାମ ଗଢ଼ିତୋଳିବାକୁ ଆହ୍ୱାନ

ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାରର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଆଜି ଭୁବନେଶ୍ୱରସ୍ଥ ନେତାଜୀ ଭବନ ପରିସରରେ ଉଦଘାଟିତ ହୋଇଯାଇଛି। ଆଜାଦ ହିନ୍ଦ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କମ୍ରେଡ ଖୋଜନ୍ତି କାଣ୍ଡକି ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ସମଦୃଷ୍ଟି ପତ୍ରିକାର ମୁଖ୍ୟ ସଂପାଦକ ତଥା ବରିଷ୍ଠ ସ୍ତମ୍ଭକାର ସୁଧୀର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ପାତ୍ର ଯୋଗ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବେସାଲିସ ସଂଗ୍ରାମର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଭାରତ ବର୍ଷର ଜନଜୀବନକୁ ଦେଶପ୍ରେମର ମହାମନ୍ତ୍ରରେ ଉଦବୃଦ୍ଧ କରିବା ସହ ତ୍ୟାଗ ଓ ସେବାର ଯେଉଁ ରୁଦ୍ଧିମନ୍ତ ଉଦାହରଣ ନେତାଜୀ ଦେଖାଇଥିଲେ ତାହା ବିରଳ ଓ ଅନନ୍ୟ। ନେତାଜୀ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେବାବେଳେ ତାଙ୍କର ସ୍ବପ୍ନ ଥିଲା ଦେଶରୁ ବ୍ରିଟିଶ ହଟିଲେ ଦେଶରେ ଜନତାଙ୍କ ଶାସନ ପ୍ରତିଷ୍ଠା ହେବ l ଯାହା ଆଜି ମଧ୍ୟ ଅସମ୍ପୂର୍ଣ ଭଳି ପ୍ରତିଫଳିତ ହେଉଛି l ବେକାରୀ, ଦାରିଦ୍ର୍ୟ, ରାଜନୈତିକ ବ୍ୟବସ୍ଥାର ନୈତିକ ଅଧ୍ୟପତନ, ସାମାଜିକ ଜୀବନର ଅସନ୍ତୁଳନ ସହିତ ଜନଗଣଙ୍କ ଧାର୍ମିକ ବିଶ୍ୱାସ ସହିତ ଯେଉଁ ଭୟାନକ ଖେଳ ଚାଲିଛି ତାହା ଭାରତବର୍ଷକୁ ଏକ ଭୟଙ୍କର ସଙ୍କଟ ଆଡକୁ ଟାଣି ନେଉଛି। ଭାରତବର୍ଷର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ନେତାଜୀଙ୍କ ସୁଭାଷବାଦୀ ଦର୍ଶନ ହିଁ ଏକମାତ୍ର ରାସ୍ତା ବୋଲି ବକ୍ତାମାନେ ନିଜ ବକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ। ସମାରୋହର ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ କବି ତଥା ସ୍ତମ୍ଭକାର ନିରାକାର ଦାସ ଓ ବରିଷ୍ଠ ସ୍ତମ୍ଭକାର ତୁଷାରକାନ୍ତ ଶତପଥି, ଫରୱାର୍ଡ଼ ବ୍ଲକର ରାଜ୍ୟ ସଂପାଦକ ଜିତେନ୍ଦ୍ରିୟ ବେହେରା, ଆଜାଦ ହିନ୍ଦ ବାହିନୀର ରାଜ୍ୟ ସଂଯୋଜିକା ଲଷ୍ମୀ ଦୋରା ଯୋଗ ଦେଇ ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମଣିଷର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ଅଦ୍ୟାବଧି ନିର୍ଵାଚିତ ସରକାରମାନେ ବିଫଳ ହୋଇଛନ୍ତି। ଭାରତବର୍ଷରେ ଅର୍ଥନୈତିକ ଅବସ୍ତା ରସାତଳଗାମୀ ହେବାରେ ଲାଗିଛି l ସାମ୍ବିଧାନିକ ପଦପଦବୀରେ ଥିବା ନିର୍ବାଚନ କମିଶନରଙ୍କ ଭଳି ଅଧିକାରୀ ମାନଙ୍କର ଭିନ୍ନ ମାନସିକତା କାରଣରୁ ଜନସାଧାରଣ ଭୋଟ ଦାନ ଭଳି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ହେଉଛନ୍ତି। ଅପରାଧୀ ଭିତ୍ତିଭୂମି ଥିବା ରାଜନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜନଗଣଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନିମନ୍ତେ ନେତାଜୀଙ୍କ ଧାରାରେ ଆଉ ଏକ ମହାସଂଗ୍ରାମ ଲଢାଯିବାର ଆବଶ୍ୟକତା ରହିଛି। ସୁଭାଷବାଦୀ ବିଚାରଧାରା ଆଧାରରେ ଜନଗଣଙ୍କ ସଂଗ୍ରାମକୁ ନେତୃତ୍ୱ ଦେବାକୁ ବକ୍ତାମାନେ ଆଜାଦ ହିନ୍ଦ ବାହିନୀର ସଂଗ୍ରାମୀ ସାଥୀମାନଙ୍କୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଆଜାଦ ହିନ୍ଦ ବାହିନୀ ଓ ଫରୱାର୍ଡ଼ ବ୍ଲକ ର ସାଥିମାନେ ସର୍ବଶ୍ରୀ ଶ୍ରମିକ ନେତା ପ୍ରତାପ ଜେନା, ଶିବ ଗୌଡ଼, ଇଜନ ବଜ, ଦିଶା ଆଜାଦ, ରୁପାଲୀ ଦାସ, ରାଜୁ ମାଡକାମୀ, ସୁଦର୍ଶନ ଖିଲ, ଦଶରଥ ଖିଲ ପ୍ରମୁଖଙ୍କ ନେତୃତ୍ୱରେ ରସୁଲଗଡସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଜ୍ୟୋତି ରଞ୍ଜନ ମହାପାତ୍ର

ଜାତୀୟ ସଂଯୋଜକ

ଆଜାଦ ହିନ୍ଦ ବାହିନୀ

ମୋ -9178078225

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande