୬୭ତମ ପୋଲିସ ସହିଦ ଦିବସ ପାଳିତ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) ଭୁବନେଶ୍ୱର ଓଏସଏପି ବାଟାଲିୟନ ପଡ଼ିଆରେ ପାଳିତ ହୋଇଯାଇଛି ୬୭ତମ ପୋଲିସ ସହିଦ ଦିବସ। ଏହି ଅବସରରେ ପୋଲିସ କମିସନର ଏସ୍. ଦେବଦତ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
୬୭ତମ ପୋଲିସ ସହିଦ ଦିବସ ପାଳିତ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) ଭୁବନେଶ୍ୱର ଓଏସଏପି ବାଟାଲିୟନ ପଡ଼ିଆରେ ପାଳିତ ହୋଇଯାଇଛି ୬୭ତମ ପୋଲିସ ସହିଦ ଦିବସ। ଏହି ଅବସରରେ ପୋଲିସ କମିସନର ଏସ୍. ଦେବଦତ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ।କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନାମ ପଠନ କରାଯାଇଥିଲା। ପରେ ପ୍ୟାରେଡ୍ ଗ୍ରାଉଣ୍ଡସ୍ଥିତ ସହିଦ ସ୍ମୃତିସ୍ତମ୍ଭ ନିକଟରେ ବରିଷ୍ଠ ପୋଲିସ ଅଧିକାରୀମାନେ ପୁଷ୍ପ ଅର୍ପଣ କରି ସହିଦଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ସଞ୍ଜୀବ ମାରିକଙ୍କ, ଭୁବନେଶ୍ୱର ଡିସିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ। ଦେଶର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ପୋଲିସ କର୍ମଚାରୀଙ୍କ ତ୍ୟାଗ, ସାହସ ଓ ବଳିଦାନକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande