କୋଲାବିରାରେ ଆରଏସଏସ ର ବିଜୟା ଦଶମୀ ଉତ୍ସବ
Bijaya Dasami in Kolabira
କୋଲାବିରାରେ ଆରଏସଏସ ର ବିଜୟା ଦଶମୀ ଉତ୍ସବ


ଝାରସୁଗୁଡା , 21 ଅକ୍ଟୋବର (ହି.ସ.) - କୋଲାବିରା, କିର୍ମିରା ଓ ଲଇକେରା ବ୍ଲକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସ୍ୱୟଂସେବକ ମାନଙ୍କ ପକ୍ଷରୁ କୋଲାବିରା ସମଲେଇ ମନ୍ଦିର ପ୍ରାଙ୍ଗଣ ରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରାରମ୍ଭ ରେ ଗାୟତ୍ରୀ ମନ୍ଦିରରେ ସଂଘର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆରଏଏସ ର ପ୍ରତିଷ୍ଠା ବିଜୟା ଦଶମୀ ରେ ହୋଇଥିବା ବେଳେ ସଂଘ ଏବେ ନିଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି l ଏ ପରିପ୍ରେକ୍ଷୀରେ ଗତ ୧୮ ତାରିଖ ସମଲେଇ ମନ୍ଦିର ରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପଥ ସଞ୍ଚାଳନ ଘୋଷ ଯାତ୍ରା ମିନିଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏ ଅବସରରେ କୋଲାବିରା ର ପୂର୍ବତନ ଜମିଦାର ତଥା ସ୍ୱାଧୀନତା ସଂଗ୍ରାମୀ ସହୀଦ କରୁଣାକର ସିଂହ ନାଏକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଏହାସହ ମିନିଷ୍ଟାଡିୟମ ରେ ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଥିଲା l ଏଥିରେ ସଂଘର ପଶ୍ଚିମ ଓଡ଼ିଶା ପ୍ରାନ୍ତର ପ୍ରଚାର ପ୍ରମୁଖ ମହେଶ୍ୱର ବେହେରା ମୂଖ୍ୟବକ୍ତା ଭାବରେ ଯୋଗଦେଇଥିଲେ l ଏଥିରେ କୋଲାବିରା ବ୍ଲକ ଖଣ୍ଡ ସଂଘ ଚାଳକ ରାଜେଶ କୁମାର ସାହୁ, ସେୱା ଅନୁଷ୍ଠାନ ର ସମ୍ପାଦକ ସୁଶିଲ କୁମାର ଦାଶ, ଜିଲ୍ଲା ସଂଘ ଚାଳକ ଯୁଧିଷ୍ଟିର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ତିନୋଟି ବ୍ଲକ ସ୍ୱୟଂ ସେବକ ଯୋଗଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande