ପୁରୀ-ରାଇରଙ୍ଗପୁର-ବାଦାମପାହାଡ଼ ଏକ୍ସପ୍ରେସକୁ ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ପୁରୀ-ରାଇରଙ୍ଗପୁର-ବାଦାମପାହାଡ଼ ଏକ୍ସପ୍ରେସକୁ କେନ୍ଦୁଝର, ସୁକିନ୍ଦା, କଟକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବା ପାଇଁ ମଞ୍ଜୁରି ମିଳିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ପୁରୀ-ରାଇରଙ୍ଗପୁର-ବାଦାମପାହାଡ଼ ଏକ୍ସପ୍ରେସକୁ କେନ୍ଦୁଝର, ସୁକିନ୍ଦା, କଟକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବା ପାଇଁ ମଞ୍ଜୁରି ମିଳିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଏହି ରେଳ ସେବାକୁ ମଞ୍ଜୁରି ମିଳିବା ଦ୍ୱାରା ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ଏହି ନୂତନ ଟ୍ରେନ୍ ସେବା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ।

ଏହାଦ୍ୱାରା ଯାତ୍ରୀମାନଙ୍କ ଯାତାୟାତ ଅଧିକ ସୁବିଧାଜନକ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାର ରେଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ। ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳ ମଧ୍ୟରେ ଯାତାୟାତ ଓ ସଂଯୋଗକୁ ଏହା ଅଧିକ ସହଜ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande