ଜ୍ଞାନେଶ କୁମାର ଗିରଫ ଓ ଏସ୍ ଆଇଆର୍ ଓ ଇଭିଏମ୍ ବାତିଲ ଦାବିରେ ସିପିଆଇ(ଏମ୍) ପକ୍ଷରୁ ତ୍ରିରଙ୍ଗା ଯାତ୍ରା
ଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଜ୍ଞାନେଶ କୁମାରକୁ ଗିରଫ କର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ସଂସ୍କାର ଆଣ, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କର, ଇଭିଏମ୍ ହଟାଇ ବାଲାଟ ପେପର ଫେରାଇ ଆଣ ଦାବିରେ ସିପିଆଇ(ଏମ୍) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ନୂଆଧାମରା, ପୋଖର
CPIM TRIRANGA YATRA


ଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଜ୍ଞାନେଶ କୁମାରକୁ ଗିରଫ କର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ସଂସ୍କାର ଆଣ, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କର, ଇଭିଏମ୍ ହଟାଇ ବାଲାଟ ପେପର ଫେରାଇ ଆଣ ଦାବିରେ ସିପିଆଇ(ଏମ୍) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ନୂଆଧାମରା, ପୋଖରୀ ସାହି, ଘି କୋଇଲି ଓ ବିଜୟନଗର ଗ୍ରାମ ପଂଚାୟତ ଅନ୍ତର୍ଗତ ଆମ୍ବିଳିଗାଁ ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିରଙ୍ଗା ଯାତ୍ରାରେ ସିପିଆଇ(ଏମ୍) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଯୁବନେତା ଅଶୋକ ବେହେରା, ଆଲୋକ ସ୍ୱାଇଁ, ବରିଷ୍ଠ ନେତା ଫକୀର ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଆମ ଦେଶର ସମ୍ବିଧାନ, ସ୍ୱାଧୀନତା, ଗଣତନ୍ତ୍ରର ସୁରକ୍ଷା ପାଇଁ ଚାନ୍ଦବାଲିବାସୀ ଏକଜୁଟ ହୋଇ ଆସନ୍ତା ନଭେମ୍ବର ୧ ତାରିଖ ଦିଲ୍ଲୀଚଲୋ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande