କୋଲାବିରା ଫୁଟବଲ : ଦେବାଡିହି ଚମ୍ପିଆନ
Debadehi champion in Kolabira football tournament
କୋଲାବିରା ଫୁଟବଲ : ଦେବାଡିହି ଚମ୍ପିଆନ


ଝାରସୁଗୁଡ଼ା, 21 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗ୍ରାମ ରେ ପ୍ରସିଦ୍ଧ ବଏଲ ଯାତ୍ରା ଉପଲକ୍ଷେ ଦ୍ଵିଦିବସିୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏହାର ଫାଇନାଲ ଖେଳରେ ଦେବାଡିହି ଦଳ ୧-୦ ଗୋଲରେ ନାଗ୍ରୁପତ୍ରା ଦଳକୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିଆନ ହୋଇଛି l ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ l ଖେଳ ଗୁଡିକୁ ରେଫରି ଲେଲିନ ପଟେଲ, ସାଗର ନାଏକ, ଲକ୍ଷ୍ମଣ କିସାନ, ନୀଳ ନାଏକ, ଧୀରଜ ଲୁହାର, ତୁଷାର ଲୁହାର ଓ କାର୍ତ୍ତିକ ଦାସ ପ୍ରମୁଖ ପରିଚାଳନା କରିଥିଲେ l ସେୱା ଅନୁଷ୍ଠାନ ର ବିତ୍ତ ଅଧିକାରୀ ଶ୍ରୀକାନ୍ତ କଉଡ଼ି ଧାରାବିବରଣୀ ପ୍ରଦାନ କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଚାମ୍ପିୟନ ଓ ରନରସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଏଥିରେ ସେୱା ଅନୁଷ୍ଠାନ ର ସମ୍ପାଦକ ସୁଶିଲ କୁମାର ଦାଶ, ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ପୂର୍ବତନ ସରପଞ୍ଚ କରୁଣାକର ସେଟ, ଭବାନୀପାଟଣା କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଛବିଲାଲ ସାହୁ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ବେହେରା, ଅବସରପ୍ରାପ୍ତ ସେନା କର୍ମଚାରୀ ମହେନ୍ଦ୍ର ସାହୁ, ସାମ୍ବାଦିକ ସୁକାନ୍ତ ସାହୁ, ସରପଞ୍ଚ ଚେତାନନ୍ଦ ନଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଅପରପକ୍ଷରେ ସୋମବାର ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କୋଲାବିରା ଭାରପ୍ରାପ୍ତ ସରପଞ୍ଚ ଅଞ୍ଜଳି ବାଗ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ମା ସମଲେଶ୍ୱରୀ କ୍ଲବ ର ସଭାପତି ଗଣେଶ ପ୍ରଧାନ, ସମ୍ପାଦକ ରାକେଶ ବୁଦୁଲା, ସଦସ୍ୟ ଗୋପବନ୍ଧୁ କିସାନ, ଯତୀଶ ବୁଦୁଲା, ଅମିର କିସାନ, ରାଜା ବୁଦୁଲା, ମୁକେଶ ନାଏକ, ଦେବାଶିଷ ବାଗ, ଅଲେଖ କିସାନ, ଟିକୁ ବୁଦୁଲା, ବିନୋଦ କିସାନ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande