କୋଲାବିରା ସମଲେଇ ମନ୍ଦିରରେ ଦଶହରା ପୂଜା ସମ୍ପନ୍ନ
Dussehra puja end in Kolabira
କୋଲାବିରା ସମଲେଇ ମନ୍ଦିରରେ ଦଶହରା ପୂଜା ସମ୍ପନ୍ନ


ଝାରସୁଗୁଡ଼ା, 21 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ବହୁ ପୁରାତନ ଶ୍ରୀ ଶ୍ରୀ ମା ସମଲେଇ ମନ୍ଦିରରେ ଚାଲିଥିବା ନବରାତ୍ର ଦଶହରା ପୂଜା ମଙ୍ଗଳବାର ଦଶମୀ ତିଥିରେ ଉଦଯାପିତ ହୋଇଯାଇଛି l ମଙ୍ଗଳବାର ଦଶମୀ ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୁତି ପୂଜା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ପୂଜାରେ ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ କର୍ତ୍ତା, ଭଗବାନ ରାଏ ଓ ଦଶରଥ ରାଏ ସହକର୍ତ୍ତା ଏବଂ ଚନ୍ଦ୍ରଶେଖର ମିଶ୍ର ପୂଜକ ଦାୟିତ୍ଵ ତୁଲାଇଥିଲେ l ଅନୁଷ୍ଠିତ ପୂର୍ଣ୍ଣାହୁତି ପୂଜାରେ ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବ ବିଧାୟିକା ଦୀପାଳି ଦାସ, ଛତିଶଗଡ ରାଜ୍ୟ ମାନପୁର ବିଧାୟକ,ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପଶାୟତ ପ୍ରମୁଖ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତ ଯୋଗଦେଇଥିଲେ l ଅନୁଷ୍ଠିତ ପୂଜାର୍ଚ୍ଚନା ରେ ମୌରସି ସେବାୟତ ପ୍ରେମସେନ ରାଏ, ସୁଶାନ୍ତ ରାଏ, ପଞ୍ଚାନନ ରାଏ, ଶୈଳେନ୍ଦ୍ର ରାଏ, ନିଲୁ ରାଏ, ଅଶ୍ୱିନୀ ରାଏ, ଭବାନୀ ରାଏ ପ୍ରମୁଖ ସହଯୋଗ କରିଥିଲେ l ପୂର୍ଣ୍ଣାହୁତି ପରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା l ରାତ୍ରରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମନ୍ଦିର ପୂଜା କମିଟି ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande