ପାନୀୟ ଜଳର ଗୁଣବତ୍ତା ଯାଞ୍ଚକୁ ଅଧିକ କଡ଼ାକଡ଼ି କରିଛି ପୂର୍ବ ତଟ ରେଳପଥ
ଭୁବନେଶ୍ୱର, , 21 ଅକ୍ଟୋବର (ହି.ସ.) ରେଳ ଷ୍ଟେସନ ଓ ଅନ୍ୟାନ୍ୟ ରେଳ ପରିସରରେ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ନିୟମିତ ଜଳର ଗୁଣବତ୍ତା ଯାଞ୍ଚ ଓ ଆବଶ୍ୟକ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣକୁ ଅଧିକ
ପାନୀୟ ଜଳର ଗୁଣବତ୍ତା ଯାଞ୍ଚକୁ ଅଧିକ କଡ଼ାକଡ଼ି କରିଛି ପୂର୍ବ ତଟ ରେଳପଥ


ଭୁବନେଶ୍ୱର, , 21 ଅକ୍ଟୋବର (ହି.ସ.)

ରେଳ ଷ୍ଟେସନ ଓ ଅନ୍ୟାନ୍ୟ ରେଳ ପରିସରରେ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପୂର୍ବ ତଟ ରେଳପଥ ପକ୍ଷରୁ ନିୟମିତ ଜଳର ଗୁଣବତ୍ତା ଯାଞ୍ଚ ଓ ଆବଶ୍ୟକ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।

୨୫ ସେପ୍ଟେମ୍ବରରୁ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଜଳର ଗୁଣବତ୍ତା ଯାଞ୍ଚ ଅଭିଯାନରେ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ରାୟଗଡ଼ା—ତିନୋଟି ଯାକ ମଣ୍ଡଳରେ ବ୍ୟାପକ ପରୀକ୍ଷଣ କରାଯାଇଥିଲା। ଏହି ଅଭିଯାନରେ ଅବଶିଷ୍ଟ କ୍ଲୋରିନ୍ର ମାତ୍ରା, ଜୀବାଣୁ ସମ୍ବନ୍ଧୀୟ ମାନଦଣ୍ଡ ଏବଂ ଜଳର ରାସାୟନିକ ଉପାଦାନ ପରୀକ୍ଷଣ କରାଯାଇ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ପାଳନ ସୁନିଶ୍ଚିତ କରାଯାଇଥିଲା।

ଏହି ଅବଧି ମଧ୍ୟରେ ତିନୋଟି ମଣ୍ଡଳରେ ମୋଟ ୧,୨୩୦ଟି ଅବଶିଷ୍ଟ କ୍ଲୋରିନ୍ ପରୀକ୍ଷଣ କରାଯାଇଥିଲା। ଏହି ଅବଧି ମଧ୍ୟରେ, ତିନୋଟିଯାକ ବିଭାଗରେ ମୋଟ ୧,୨୩୦ ଟି 'ରେସିଡୁଆଲ୍ କ୍ଲୋରିନ୍' ପରୀକ୍ଷା କରାଯାଇଥିଲା ଏବଂ ଏହାର ଫଳାଫଳ ସନ୍ତୋଷଜନକ ତଥା ନିର୍ଦ୍ଧାରିତ ମାନଦଣ୍ଡ ଅନୁରୂପ ରହିଥିଲା। ସେହିପରି, ଏହି ଅଭିଯାନରେ ପୂର୍ବ ତଟ ରେଳପଥ ପକ୍ଷରୁ ମୋଟ ୧୩୩ଟି ଜୀବାଣୁ ସମ୍ବନ୍ଧୀୟ ପରୀକ୍ଷଣ କରାଯାଇଥିଲା। ଏଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ୬୫ଟି, ସମ୍ବଲପୁର ମଣ୍ଡଳରେ ୪୩ଟି ଏବଂ ରାୟଗଡ଼ା ମଣ୍ଡଳରେ ୨୫ଟି ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତ ନମୁନାର ଫଳାଫଳ ସନ୍ତୋଷଜନକ ରହିଥିଲା ଏବଂ କୌଣସି ନମୁନାରେ ଜୀବାଣୁ ସମ୍ବନ୍ଧୀୟ ଅସନ୍ତୋଷଜନକ ଫଳାଫଳ ମିଳିନଥିଲା।

ଏହା ବ୍ୟତୀତ, ଖୋର୍ଦ୍ଧା ରୋଡ୍ ଓ ସମ୍ବଲପୁର ମଣ୍ଡଳରେ ମୋଟ ୨୮ଟି ରାସାୟନିକ ବିଶ୍ଳେଷଣ ପରୀକ୍ଷଣ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ପରୀକ୍ଷା କରାଯାଇଥିବା ୧୫ଟି ନମୁନାର ଫଳାଫଳ ସନ୍ତୋଷଜନକ ରହିଥିବାବେଳେ ସମ୍ବଲପୁର ମଣ୍ଡଳର ୧୩ଟି ନମୁନାର ପରୀକ୍ଷା ଫଳ ଆସିବାକୁ ବାକି ରହିଛି। ଏହି ଅବଧିରେ ରାୟଗଡ଼ା ମଣ୍ଡଳରେ କୌଣସି ରାସାୟନିକ ବିଶ୍ଳେଷଣ ପରୀକ୍ଷଣ କରାଯାଇନଥିଲା।

ପୂର୍ବ ତଟ ରେଳପଥ ପକ୍ଷରୁ ନିୟମିତ ବ୍ୟବଧାନରେ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ, ଆବଶ୍ୟକସ୍ଥଳେ ପୁନଃ ପରୀକ୍ଷଣ ଏବଂ ଜଳର ଗୁଣବତ୍ତାରେ କୌଣସି ବ୍ୟତିକ୍ରମ ଦେଖାଦେଲେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଯାତ୍ରୀ ଓ ରେଳ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ରେଳ ପରିସରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ପୂର୍ବ ତଟ ରେଳପଥ ନିରନ୍ତର ପ୍ରୟାସ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande