ଗଞ୍ଜାମ ଜିଲ୍ଲାର ଶକ୍ତି ପୀଠରେ ନବରାତ୍ର ପୂଜା ଉଦଯାପିତ
ଗଂଜାମ, 21 ଅକ୍ଟୋବର (ହି.ସ.)ଗଂଜାମ ଜିଲ୍ଲାରେ ମୂଳାଷ୍ଟମୀଠାରୁ ସମସ୍ତ ଶକ୍ତି ପୀଠରେ ଅନୁଷ୍ଠିତ ଷୋଡଶପୂଜା ନବରାତ୍ର ପୂଜା ଗତକାଲି ରାତିରେ ଦଶହରା ପୂଜା ସହ ପାରଂପାରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଦେବୀ ମନ୍ଦିର ଗୁଡିକ ରେ ବିଳମ୍ବିତ ରାତ୍ରି ଯାଏ ଦେବୀଙ୍କ ଦର୍ଶ
ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଶକ୍ତିପୀଠରେ


ଗଂଜାମ, 21 ଅକ୍ଟୋବର (ହି.ସ.)ଗଂଜାମ ଜିଲ୍ଲାରେ ମୂଳାଷ୍ଟମୀଠାରୁ ସମସ୍ତ ଶକ୍ତି ପୀଠରେ ଅନୁଷ୍ଠିତ ଷୋଡଶପୂଜା ନବରାତ୍ର ପୂଜା ଗତକାଲି ରାତିରେ ଦଶହରା ପୂଜା ସହ ପାରଂପାରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଦେବୀ ମନ୍ଦିର ଗୁଡିକ ରେ ବିଳମ୍ବିତ ରାତ୍ରି ଯାଏ ଦେବୀଙ୍କ ଦର୍ଶନ ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଗତକାଲି ରାତିରେ ଦଶହରା ଉପଲକ୍ଷେ ଗଂଜାମ ଜିଲ୍ଲା ବ୍ରହ୍ମପୁର ସହର ସମେତ ଅନ୍ୟାନ୍ୟ ସହରଓ ଗ୍ରାମରେ ଅନୁଷ୍ଠିତ ଦୁର୍ଗା ମଣ୍ଡପ ଗୁଡିକ ରେ ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ହଜାର ହଜାର ଜନସମାଗମ ହୋଇଥିଲା । ମଣ୍ଡପ ଗୁଡିକରେ ଆଜି ଦଶହରା ପୂଜା ଅନୁଷ୍ଠିତ ହେଉଛି । ଦଶହରା ପର୍ବ ଦୁଇ ଦିନ ହେଉଥିବାରୁ ଦୋକାନ ବଜାର ଓ ଗାଡି ଆଦି ପୂଜା ଲୋକେ ଗତକାଲି ମଧ୍ୟାହ୍ନରୁ ଆଜି ମଧ୍ୟାହ୍ମ ଯାଏ ଦୁର୍ଗା ପୂଜା କରିଛନ୍ତି । ଗତକାଲି ସଂଧ୍ୟାରେ ଗଂଜାମ ଜିଲ୍ଲାର ମହିଳା ମାନେ ଦିନସାରା ଉପବାସରହି ସୋମନାଥ ବ୍ରତ ପାଳନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande