ହତ୍ୟା ଉଦ୍ୟମ ଅଭିଯୋଗରେ ବାପ-ପୁଅ ଗିରଫ
ଗଞାମ, ୨୧ ଅକ୍ଟୋବର (ହି.ସ.) ଗତକାଲି ବ୍ରହ୍ମପୁର ହରିଜନ ସାହି, ମ୍ୟୁନିସିପାଲିଟି କଲୋନୀରେ ପଡୋଶୀକୁ ଲୁହା ରଡ୍ ଓ ପଥରରେ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ ବଜାର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଚନ୍ଦନ କାଣ୍ଡି (୨୪) ଅଭିଯୋଗ ଅନୁୟାୟୀ ହରିଜନ ସାହିରେ ଗତକାଲି ସନ୍ଧ୍ୟା ୫:୩୦ରେ
Qwertty


ଗଞାମ, ୨୧ ଅକ୍ଟୋବର (ହି.ସ.) ଗତକାଲି ବ୍ରହ୍ମପୁର ହରିଜନ ସାହି, ମ୍ୟୁନିସିପାଲିଟି କଲୋନୀରେ ପଡୋଶୀକୁ ଲୁହା ରଡ୍ ଓ ପଥରରେ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ ବଜାର ପୋଲିସ ୨ ଜଣଙ୍କୁ ଗିରଫ କରିଛି।

ଅଭିଯୋଗକାରୀ ଚନ୍ଦନ କାଣ୍ଡି (୨୪) ଅଭିଯୋଗ ଅନୁୟାୟୀ ହରିଜନ ସାହିରେ ଗତକାଲି ସନ୍ଧ୍ୟା ୫:୩୦ରେ ପଡୋଶୀ ଖକାନ ନାଗ ତାଙ୍କୁ ଅଟକାଇ ଗାଳି ଦେଇଥିଲା। କଥା କଟାକଟି ବେଳେ ଖକାନ ଲୁହା ରଡେରେ ତାଙ୍କ ମୁଣ୍ଡକୁ ପିଟିଥିଲା ଓ ତା'ର ପୁଅ ବିଶାଲ ନାଗ ଓ ବାବୁ ପଥରରେ ଆକ୍ରମଣ କରିଥିଲା। ମୁଣ୍ଡରେ ଗୁରୁତର ରକ୍ତାକ୍ତ ଆଘାତ ଲାଗି ସିଟି ହସ୍ପିଟାଲରେ ଭର୍ତି କରାଯାଇଛି।ଏନେଇ ବଡ଼ ବଜାର ଥାନା କେସ ନଂ ୭୯୬/୨୦.୧୦.୨୬ ଧାରା ୧୨୬(୨), ୧୦୯(୧), ୨୯୬, ୩୫୧(୨), ରେ ମାମଲା ରୁଜୁହୋଇଛି . ଗିରଫ ଅଭିଯୁକ୍ତହେଲେ: ୧. ଖକାନ ନାଗ (୫୦), ପିତା ସ୍ୱର୍ଗତ ରଙ୍କା ନାଗ, ୨. ବିଶାଲ ନାଗ ଅ ବାବୁ (୧୯), ପିତା ଖକାନ ନାଗ ଉଭୟ ମ୍ୟୁନିସିପାଲିଟି କଲୋନୀ, ହରିଜନ ସାହି।

ଦୁଇ ଜଣଙ୍କୁ ଗତକାଲି ରାତି ୧୧:୩୦ରେ ଗିରଫ କରି ଆଜି ବ୍ରହ୍ମପୁର କୋର୍ଟକୁ ପଠାଇ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande