ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ, ଲଘୁଚାପ ବର୍ଷାକୁ ନେଇ ନଦି କୂଳିଆ ଲୋକ ଆତଙ୍କିତ, ତୁରନ୍ତ ମରାମତି ଦାବି
ଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଏହି ଜିଲ୍ଲାର ଧାମନଗର ବ୍ଲକ ବାଲିପାଟଣା ଠାରେ କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଧସିଯାଇଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି। ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ତରେଇ ସାହି ନିକଟରେ ପାଟୁଳିରୁ ବାଲିପାଟଣାକୁ ସଂଯୋଗ କରୁଥିବା କୋଚିଳା ପୋଲ ମୁଣ୍
KOCHILA NADIBANDHA DHASILA


ଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଏହି ଜିଲ୍ଲାର ଧାମନଗର ବ୍ଲକ ବାଲିପାଟଣା ଠାରେ କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ ଧସିଯାଇଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି। ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ତରେଇ ସାହି ନିକଟରେ ପାଟୁଳିରୁ ବାଲିପାଟଣାକୁ ସଂଯୋଗ କରୁଥିବା କୋଚିଳା ପୋଲ ମୁଣ୍ଡରେ ନଦୀବନ୍ଧ ଧସିଯାଇଛି। ଅନ୍ୟପକ୍ଷରେ ଆଗକୁ ଲଘୁଚାପ ଜନିତ ବର୍ଷାର ଆଶଙ୍କା ଥିବାରୁ ନଦୀବନ୍ଧର ସ୍ଥିତିକୁ ନେଇ ଅଂଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ବନ୍ଧର ଏହି ଦୁର୍ବଳ ସ୍ଥାନ ଦେଇ ଅଧିକ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ହେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ନେଇ ତରେଇ ସାହି, ବାଲିପାଟଣା, ଶୈଲ, ମମାଦୁଲା, ଅସ୍ତକ, ହସନାବାଦ, ମଠସାହି ଓ ଅନଲଡିହ ଆଦି ଅଂଚଳର ଅନେକ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀବନ୍ଧ ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଆଗକୁ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଗାନ୍ଧିଘାଟ ଜଳସେଚନ ସେକ୍ସନର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ବର୍ଷା ଆସିବା ପୂର୍ବରୁ ନଦୀବନ୍ଧର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଅଂଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande