
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଶିକ୍ଷା ବିଭାଗର ପ୍ରାକ୍ତନ ପ୍ରଫେସର ଡ଼ଃ ଜଗନ୍ନାଥ ପ୍ରସାଦ ଦାଶଙ୍କର ବିୟୋଗରେ ଏକ ଶୋକସଭା କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣରେ ଗରାପୁର, କେନ୍ଦ୍ରାପଡା ସ୍ଥିତ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସପ୍ସପାଦକ ଶୁଭାପ୍ସଶୁ କୁମାର ଦାସ, କବି ଶ୍ରୀଧର ମହାନ୍ତି, କବି ମନୋରଞ୍ଜନ ତ୍ରିପାଠୀ, ସମାଜସ୍ୱେୀ ଅଭିମନ୍ୟୁ ଗୋଛୟତ, ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂହ, ଅଶୋକ ସାହୁ, ତପସ୍ଇନୀ ପଟ୍ଟନାୟକ, ଶରତ ରାଉତ, ଚିତ୍ତରଞ୍ଜନ କବି, ରାଜଶ୍ରୀ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କାଶୀନାଥ ରାଉତରାୟ, ସଂପାଦକ ହେମନ୍ତ କୁମାର ଜେନା, ନୃସିଂହ ଚରଣ ତ୍ରିପାଠୀ, ରାମକୃଷ୍ଣ ଦାଶ, ଶ୍ରୀଧର ଭୋଳ, ଅବସରପ୍ରାପ୍ତ ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ବିହାରୀ ପ୍ରମୁଖ ଯୋଗଦାନ କରି କହିଲେ ଦିବଂଗତ ଡଃ ଦାଶ ଜୀବନର ଶେଷ ନିଃଶ୍ୱାସ ଯାଏ କେନ୍ଦ୍ରାପଡାରେ କିପରି ୍ୱିଇଡି କଲେଜ ପ୍ରତିଷ୍ଠା ହେବ ସେଥିପାଇଁ ସେ ପ୍ରଚେଷ୍ଟା କରିଥିଲେ। ତାଙ୍କର ଦେହାନ୍ତ କେନ୍ଦ୍ରାପଡାରେ ବିଇଡି କଲେଜର ସ୍ୱପ୍ନ ନିର୍ୱିଗଲବୋଲି ମତବ୍ୟକ୍ତ କରିଥିଲେ। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଦୁଇଟି ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେ ଜଣେ ସରଳ, ନିଷ୍କପଟ, ମେଳାପୀ ଛାତ୍ରବତ୍ସଳ ପ୍ରାଧ୍ୟାପକ ଥିଲେ। ସେ ପ୍ରତିଭା ପୂଜା ସାହିତ୍ୟ ସଂସଦ କଟକରୁ କଲିଙ୍ଗ ଗୋରବ ଓ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦରୁ କେନ୍ଦ୍ରାପଡା ଜିଲ୍ଲା ଗୋରବ ଉପାଧି ଲାଭ କରିଥିଲେ। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ମୁଖପତ୍ର ଦିଗବଳୟରେ ଏକ ପୃଷ୍ଠା ଉତ୍ସର୍ଗ କରାଯିବାକୁ ଘୋଷଣା କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି