ଭୁବନେଶ୍ୱର ଭେଟ୍ରାନ ୨୦-୨୦ପାଇଁ କେନ୍ଦ୍ରାପଡ଼ା ଭେଟ୍ରାନ ଦଳ ଚୟନ
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଭେଟ୍ରାନ କ୍ରିକେଟ ଆସୋସିଏସନର କ୍ରିକେଟ ଖେଳ ପ୍ରସ୍ତୁତି ଶିବିର ସ୍ଥାନୀୟ ଡେରାବିଶ ସ୍କୁଲ ଗ୍ରାଉଣ୍ଡ ଠାରେ ତୃତୀୟ ଦିବସରେ କ୍ରିକେଟ ଖେଳ ପରିସମାପ୍ତି ଘଟିଛି ଆସନ୍ତା ୨୫.୧୦.୨୦୨୬ ରେ ୨୦/୨୦ ପାଇଁ ପ୍ରତେକ ଜିଲ୍ଲାରୁ ଖେଳାଳି ଆସି ଭୁବନେ
ଭୁବନେଶ୍ୱର ଭେଟ୍ରାନ ୨୦-୨୦ପାଇଁ କେନ୍ଦ୍ରାପଡ଼ା ଭେଟ୍ରାନ ଦଳ ଚୟନ


କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଭେଟ୍ରାନ କ୍ରିକେଟ ଆସୋସିଏସନର କ୍ରିକେଟ ଖେଳ ପ୍ରସ୍ତୁତି ଶିବିର ସ୍ଥାନୀୟ ଡେରାବିଶ ସ୍କୁଲ ଗ୍ରାଉଣ୍ଡ ଠାରେ ତୃତୀୟ ଦିବସରେ କ୍ରିକେଟ ଖେଳ ପରିସମାପ୍ତି ଘଟିଛି ଆସନ୍ତା ୨୫.୧୦.୨୦୨୬ ରେ ୨୦/୨୦ ପାଇଁ ପ୍ରତେକ ଜିଲ୍ଲାରୁ ଖେଳାଳି ଆସି ଭୁବନେଶ୍ୱରର ହାଇଟେକ ପଡିଆରେ କ୍ରିକେଟ ଟୁର୍ନାମେଂଟ କରାଯିବ । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଭେଟ୍ରାନ କ୍ରିକେଟ ଖେଳାଳି ଚୟନ କରାଯାଇଛି । ଉକ୍ତ ଚୟନରେ ଭେଟ୍ରାନ ଆସୋସିଏସନ ସଭାପତି ଜିତେନ୍ଦ୍ର ପ୍ରସାଦ ରାୟ, ସହ ସଭାପତି ନଳିନୀ କାନ୍ତ ବେହେରା, ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ସହ ସମ୍ପାଦକ, ଜ୍ଞାନ ରଞ୍ଜନ ଶତପଥୀ, କୋଷାଧକ୍ଷ ପ୍ରଫୁଲ ମଲ୍ଲିକ ଏବଂ ବିଶ୍ୱ ପ୍ରତାପ ସିଂ, ବରଦା କାନ୍ତ ବରାଳ, ସୟଦ ଅଦୁଲ ସତାରଙ୍କ ଉପସ୍ଥିତରେ ଖେଳାଳି ଚୟନ କରାଯାଇଛି । ଖେଳାମାନେ ହେଲେ ସତ୍ୟ ତ୍ରିପାଠୀ, ଜ୍ୟୋତି ଶତପଥୀ, ଅସିତ ଦାସ, ପ୍ରମୋଦ ସାମଲ, ଜୀବନ ମହାନ୍ତି, ଜିମି ମିଶ୍ର, ଗିରିଶ ପଣ୍ଡା, ବିଭୁତି ଲେଙ୍କା, ରଶ୍ମି ରଞ୍ଜନବାରିକ, ଜ୍ଞାନ ଶତପଥୀ, ଜ୍ଞାନ ପରିଡା, ପ୍ରଣବ ଦାସ, ହରିହର ବେହେରା, ଅଭୟ କର, ଆଜମଲ ଖାନ, ଜିତେନ୍ଦ୍ର ରାୟ, ନଳିନୀ ବେହେରା, ରାଜେନ୍ଦ୍ର ବେହେରା ଓ କୋଚ ହେଲେ ପ୍ରଫୁଲ୍ଲ ମଲ୍ଲିକ, ମ୍ୟାନେଜେର ହେଲେ ସୁବାଷ ସାହୁ, ଆସନ୍ତା ୨୬. ୧୦.୨୦୨୬ରେ କେନ୍ଦ୍ରାପଡ଼ା ଓ ପୁରୀ ମଧ୍ୟରେ ଭୁବନେଶ୍ୱର ହାଇଟେକ ପଡିଆରେ କ୍ରିକେଟ ମ୍ୟାଚ ଖେଳା ଯିବ ବୋଲି ସମ୍ପାଦକ ଭେଟ୍ରାନ ସୁବାସ ସାହୁ ସୂଚନା ଦେଇଛନ୍ତି। ଼

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande