
ଗଞ୍ଜାମ ୨୧ଅକ୍ଟୋବର (ହିସ) –ଗତ କାଲି ପଡୋଶୀ ବିବାଦରୁ ଦୁଇ ମହିଳାଙ୍କୁ ମାଡ଼, ଅଶ୍ଳୀଳ ଇଙ୍ଗିତ ଓ ବେକ ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ଜଣକୁ ଗିରଫ କରିଛି।
ମ୍ୟୁନିସିପାଲିଟି କଲୋନୀ, ହରିଜନ ସାହିର ଜଣେ ମହିଳା ଅଭିଯୋଗ କଲେ ଯେ ସନ୍ଧ୍ୟା ୫:୩୦ରେ ଘର ପାଖରେ ପଡୋଶୀ ଚନ୍ଦନ କାଣ୍ଡି ସହ ବଚସା ହୋଇଥିଲା। ଅଭିଯୁକ୍ତ ତାଙ୍କ ପରିବାରର ଦୁଇ ମହିଳାଙ୍କୁ ଅଶ୍ଳୀଳ ଭାଷା, ଅଙ୍ଗଭଙ୍ଗୀ ଦେଖାଇ, ଲୁଗା ଟାଣି ଅମର୍ଯ୍ୟାଦା କରିବାକୁ ଚେଷ୍ଟା ଓ ବେକ ଚିପି ମାରିଦେବାକୁ ଉଦ୍ୟମ କରିଥିଲା। ମାଡ଼ପିଟରେ ଅଭିଯୁକ୍ତ ନିଜେ ମୁଣ୍ଡରେ ଆହତ ହୋଇଥିଲା। ସମସ୍ତ ଆହତଙ୍କୁ ସିଟି ହସ୍ପିଟାଲ ପଠାଯାଇଥିଲା।
ଏନେଇ ବଡ଼ବଜାର କେସ ନଂ ୮୦୦/୨୦୨୬ ଧାରା ୧୦୯(୧)/୨୯୬/୩୫୧(୨)/୧୧୫(୨)/୭୪/୭୬/୭୯/୩୩୨(ବି) ରେ ମାମଲଅଭିଯୋଗରେ, ଝଓ କୃତିବାସ ନାୟକ ତଦନ୍ତ କରୁଛନ୍ତି। ଘଟଣାସ୍ଥଳ ପରିଦର୍ଶନ ଓ ସାକ୍ଷୀ ବୟାନ ପରେ ଅଭିଯୁକ୍ତ ଚନ୍ଦନ କାଣ୍ଡି (୨୪), ପିତା ସ୍ୱର୍ଗତ ବଂଶୀ କାଣ୍ଡିକୁ ରାତି ୧୧:୩୦ରେ ଗିରଫ କରି ଆଜି ଏସଡିଯେଏମ୍ କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
----------------------
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ