ଏସୀୟ ପାରା କ୍ରୀଡ଼ାରେ ଶୀତଲ ଦେବୀ ଓ ଓଡ଼ିଶାର ପାୟଲ ନାଗଙ୍କୁ ରୌପ୍ୟ ପଦକ, ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୧ ଅକ୍ଟୋବର (ହି.ସ.)। ଏସୀୟ ପାରା କ୍ରୀଡ଼ା ୨୦୨୬ର ମହିଳା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପାରା ତୀରନ୍ଦାଜ ଶୀତଲ ଦେବୀ ଓ ଓଡ଼ିଶାର ପାୟଲ ନାଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏହି ପ୍ରତିଯୋଗିତ
ଶୀତଲ ଦେବୀ ଓ ପାୟଲ ନାଗ


ଭୁବନେଶ୍ୱର, ୨୧ ଅକ୍ଟୋବର (ହି.ସ.)। ଏସୀୟ ପାରା କ୍ରୀଡ଼ା ୨୦୨୬ର ମହିଳା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପାରା ତୀରନ୍ଦାଜ ଶୀତଲ ଦେବୀ ଓ ଓଡ଼ିଶାର ପାୟଲ ନାଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉଭୟ ଖେଳାଳି ଏହି ସଫଳତା ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏହି ସଫଳତାକୁ ଭାରତ ଓ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଉଭୟ ଖେଳାଳିଙ୍କ ଦୃଢ଼ ସଂକଳ୍ପ, ଅଧ୍ୟବସାୟ, ସଂଘର୍ଷ ଓ ନାରୀଶକ୍ତିର ଏହା ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ଉଭୟ ପଦକ ବିଜୟିନୀଙ୍କୁ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବା ପାଇଁ ଶୁଭକାମନା ଜଣାଇଛନ୍ତି। ଉଭୟଙ୍କ ଏହି ସଫଳତା ଦେଶ ଓ ରାଜ୍ୟର ଗୌରବ ବୃଦ୍ଧି କରିଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande