ଏସୀୟ ପାରା କ୍ରୀଡ଼ାରେ ପାୟଲ ନାଗ ଓ ଶୀତଲ ଦେବୀଙ୍କ ରୌପ୍ୟ ପଦକ ବିଜୟ ପରେ ନବୀନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ଏସୀୟ ପାରା କ୍ରୀଡ଼ା ୨୦୨୬ରେ ମହିଳା କମ୍ପାଉଣ୍ଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶାର ତୀରନ୍ଦାଜ ପାୟଲ ନାଗ ଓ ଶୀତଲ ଦେବୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଉଭୟ ଖ
ନବୀନ ପଟ୍ଟନାୟକ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)ଏସୀୟ ପାରା କ୍ରୀଡ଼ା ୨୦୨୬ରେ ମହିଳା କମ୍ପାଉଣ୍ଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶାର ତୀରନ୍ଦାଜ ପାୟଲ ନାଗ ଓ ଶୀତଲ ଦେବୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଉଭୟ ଖେଳାଳିଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା ଦେଶର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇବ।

ଏଥିସହ ନବୀନ ପଟ୍ଟନାୟକ ଉଭୟ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ସଫଳତା ହାସଲ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande