ମା ବୁଢୀମରିଚାଣୀ ଠାକୁରାଣୀ ପୀଠରେ ସାର୍ବଜନୀନ ଦୁର୍ଗାପୂଜା
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ବଗଡା ଗ୍ରାମପଞ୍ଚାୟତ କଚେରୀପଡା ଗ୍ରାମର ଅଧିଷ୍ଟାତ୍ରୀ ଠାକୁରାଣୀ ମା’ବୁଢୀମରିଚାଣୀଙ୍କ ତ୍ରିଦିନାତ୍ମକ ଦୁର୍ଗାପୂଜା ଖୁବ୍ ଧୂମଧାମରେ ଅନୁଷ୍ଠିତ ହୋଇଅଛି । ଗ୍ରାମର ମା ଭଉଣୀ ମାନେ ନଦୀରୁ ଜଳ ଉତୋଳନ କରି ପୀଠରେ କଳସ ଯାତ୍ରା କରିଥିଲେ । ସମସ୍ତ ରାସ୍ତା ଘାଟ ଝୋ
ମା ବୁଢୀମରିଚାଣୀ ଠାକୁରାଣୀ ପୀଠରେ ସାର୍ବଜନୀନ ଦୁର୍ଗାପୂଜା


କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ବଗଡା ଗ୍ରାମପଞ୍ଚାୟତ କଚେରୀପଡା ଗ୍ରାମର ଅଧିଷ୍ଟାତ୍ରୀ ଠାକୁରାଣୀ ମା’ବୁଢୀମରିଚାଣୀଙ୍କ ତ୍ରିଦିନାତ୍ମକ ଦୁର୍ଗାପୂଜା ଖୁବ୍ ଧୂମଧାମରେ ଅନୁଷ୍ଠିତ ହୋଇଅଛି । ଗ୍ରାମର ମା ଭଉଣୀ ମାନେ ନଦୀରୁ ଜଳ ଉତୋଳନ କରି ପୀଠରେ କଳସ ଯାତ୍ରା କରିଥିଲେ । ସମସ୍ତ ରାସ୍ତା ଘାଟ ଝୋଟି ଚିତା ଭରପୂର କରାଯାଇଥିଲା । ଏକ ଭକ୍ତି ପୂତ ପରିବେଶ ମଧ୍ୟରେ ୪ଦିନ ଧରି ଏହି ଶାରଦୀୟ ପୂଜା ପାଳନ କରାଗଲା । ଭଜନ ସଙ୍ଗୀତ ପରିବେଶ ସହ ନାନା କାର୍ଯ୍ୟକ୍ରମ ବହୁ ଆକର୍ଷଣୀୟ ଥିଲା । ମହାନବମୀ ତିଥିରେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ ମାଙ୍କ ତତ୍ୱ ଉପରେ ଦିଗ୍ଦର୍ଶନ ଦେଇଥିଲେ । ଶ୍ରୀ ରଥଙ୍କ ସମେତ ସରପଂଚ ସୁବନୀ ସାହୁ, ସମିତି ସଭ୍ୟ ସୌଦାମିନୀ ଦାସ, ସାରସ୍ୱତ ସାଧକ ନୃସିଂହ ଚରଣ ତ୍ରିପାଠୀ ଓ ଯୁବ ସ୍ୱାଭିମାନ ମଂଚର ସଭାପତି ଇଂ ସ୍ମୃତି ରଞ୍ଜନ ଜେନା ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରସାଦ ସେବନ କରି ସମସ୍ତେ ତୃପ୍ତି ଲାଭ କରିଥିଲେ । ଶେଷଦିନ ମାନନୀୟ ବିଧାୟକ ଗଣେଶ୍ୱର ବେହେରା କ୍ଷେତ୍ରରେ ପଦାର୍ପଣ କରି ମା’ଙ୍କର ଆଶୀର୍ବାଦ ଲାଭ କରିଥିଲେ । ଲାଭ କରିଥିଲେ ଏହି ଶାରଦୀୟ ପୂଜାକୁ ସମସ୍ତ ଗ୍ରାମବାସୀ ଓ ଟ୍ରଷ୍ଟ ବୋର୍ଡ ସଭ୍ୟ ମାନେ ପରିଚାଳନା କରିଥିଲେ । ଗ୍ରମବାସୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande