ସମାସିଂହାରେ ରାମଲୀଳା, ରାବଣପୋଡ଼ି ମହୋତ୍ସବ ଉଦଯାପିତ
Ram leela and Ravan Dahan in samasingha Village
ସମାସିଂହାରେ ରାମଲୀଳା, ରାବଣପୋଡ଼ି ମହୋତ୍ସବ


ଝାରସୁଗୁଡ଼ା, , 21 ଅକ୍ଟୋବର (ହି.ସ.) - କୋଲାବିରା ବ୍ଲକ ସମାସିଂହା ଗ୍ରାମରେ ସ୍ଥାୟୀ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା, ଚାରି ଦିନ ବ୍ୟାପି ରାବଣ। ଦରବାର ସହ ରାମଲୀଳା ମହୋତ୍ସବ ଓ ରାବଣ ପୋଡ଼ି ମହୋତ୍ସବ ମଙ୍ଗଳବାର ମହାସମାରୋହରେ ଉଦଯାପିତ ହୋଇଯାଇଛି l ପ୍ରଗତି ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଶହରା ମହୋତ୍ସବ ପାଳିତ ହୋଇଯାଇଛି l ସମାସିଂହାରେ ରାବଣ ବଧ ସହ ଅନ୍ୟାୟ ଅତ୍ୟାଚାର ର ଶେଷ ହୋଇ ସତ୍ୟର ବିଜୟ ହୋଇଛି l ରାବଣ ବଧ ସହ ରାମ ରାଜ୍ୟ ଗଠନ ହୋଇଛି l ପ୍ରଥମ ରାମଲୀଳା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେଯୋଗଦେଇ ସମସିଂହା ଅଞ୍ଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ସଂକଳ୍ପ ବଦ୍ଧ ବୋଲି ବର୍ଣ୍ଣନା କରିଥିଲେ l ଚାଷୀ ଙ୍କ ସୁବିଧା ପାଇଁ ଏବେ ଭେଡେନ ନଦୀରେ ଏକ ଆଡ଼ିବନ୍ଧ ନିର୍ମାଣ ହେବାକୁ ଯାଉଛି ବୋଲି ସେ ବର୍ଣ୍ଣନା କରିଥିଲେ l ଏହାସହ ସ୍ଥାୟୀ ରାମଲୀଳା ମହୋତ୍ସବ ମଣ୍ଡପ ନିର୍ମାଣ କରିବା ପାଇଁ ସେ ଅର୍ଥ ର ବ୍ୟବସ୍ଥା କରିବେ ବୋଲି ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ l ଏହାସହ ଦୁର୍ଗାପୂଜା ର ପୂର୍ଣ୍ଣାହୁତି ଓ ରାମଲୀଳା ମହୋତ୍ସବ ର ଶେଷ ସନ୍ଧ୍ୟାରେ ପୂର୍ବ ବିଧାୟିକା ଦୀପାଳି ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏହାସହ ବିଭିନ୍ନ ଦିବସରେ ସାମ୍ବାଦିକ ସୁମନ୍ତ ଶେଖର ବହିଦାର, ସୁକାନ୍ତ ସାହୁ, ସମାଜସେବୀ ଆଶିଷ ଦାଶ, ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି, ପୂର୍ବ ସରପଞ୍ଚ ହେମନ୍ତ ସାହୁ, କୃଷକ ସଂଘ ସଭାପତି ଚେତାନନ୍ଦ ପଟେଲ, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପଟେଲ, ପ୍ରଗତି ସଂଘ ସଭାପତି ମନୋଜ କାଲୋ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ l ମଙ୍ଗଳବାର ରାମଲକ୍ଷ୍ମଣ ଙ୍କ ସହ ରାବଣ ଙ୍କ ଯୁଦ୍ଧ ହେବା ସହ ରାବଣ ବଧ ହୋଇଯାଇଛି l ବଲାଙ୍ଗୀର ଜିଲ୍ଲା ବୁଦୁଲା ର ମନୋଜ ପ୍ରଧାନ ରାବଣ ଭୂମିକା ରେ ଅବତୀର୍ଣ୍ଣ ହୋଇଥିଲେ l ରାବଣ ବଧ ପରେ ଆକର୍ଷଣୀୟ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଠିକ ଏହିପରି ଦୁର୍ଗା ମନ୍ଦିରରେ ମଙ୍ଗଳବାର ଦଶମୀ ତିଥିରେ ହୋମଯଜ୍ଞ ଓ ପୂର୍ଣ୍ଣାହୁତି ସହ ନବରାତ୍ର ପୂଜା ସମ୍ପନ୍ନ ହୋଇଛି l ଏଥିରେ ମନୋଜ ପଟେଲ ସପତ୍ନୀକ କର୍ତ୍ତା ଓ କ୍ଷୀରୋଦ ପଟେଲ ପୂଜକ ଦାୟିତ୍ଵ ତୁଲାଇଥିଲେ l ଦଶହରା ମହୋତ୍ସବ ରେ ପ୍ରଗତି ସଂଘ ସଭାପତି ମନୋଜ କାଲୋ, ସମ୍ପାଦକ ପ୍ରକାଶ ସାହୁ, କୋଷାଧ୍ୟକ୍ଷ ଯୋଗେଶ୍ୱର ସେନାପତି, ଦୁର୍ଗାପୂଜା ପରିଚାଳନା କମିଟି ସଭାପତି ଅଜିତ ସେନାପତି, ଉପସଭାପତି ପ୍ରକାଶ ସାହୁ, ସମ୍ପାଦକ କାହ୍ନୁ ସେନାପତି, ସହସମ୍ପାଦକ ଗୌର ପଣ୍ଡା ଓ କୋଷାଧ୍ୟକ୍ଷ ମନୋଜ ପଟେଲ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande