ଐତିହାସିକ ସାଲେଭଟା ମାଁ ପାଟଣେଶ୍ୱର ଙ୍କ ବଏଲ ଯାତ୍ରା
ବଲାଙ୍ଗିର, 21 ଅକ୍ଟୋବର (ହି.ସ.) ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ପୂର୍ବ ପାଟଣା ଶାସନ ସମୟରେ ୧୫୦୦ ଖ୍ରୀଷ୍ଟାବ୍ଦ ରେ ରାଜା ବଳରାମ ଦେଓ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ ପୂଜାଅର୍ଚ୍ଚନା କରି ସ୍ଥାପନ କରିଥିଲେ । ମାଁ ପଟଣେଶ୍ୱରୀ ପାଟଣାମୁହାଁ ତଥା ବଲାଙ୍ଗିର ମୁହାଁ ହୋଇଥିବା
ଐତିହାସିକ ସାଲେଭଟା ମାଁ ପାଟଣେଶ୍ୱର ଙ୍କ ବଏଲ ଯାତ୍ରା


ଐତିହାସିକ ସାଲେଭଟା ମାଁ ପାଟଣେଶ୍ୱର ଙ୍କ ବଏଲ ଯାତ୍ରା


ଐତିହାସିକ ସାଲେଭଟା ମାଁ ପାଟଣେଶ୍ୱର ଙ୍କ ବଏଲ ଯାତ୍ରା


ବଲାଙ୍ଗିର, 21 ଅକ୍ଟୋବର (ହି.ସ.) ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ପୂର୍ବ ପାଟଣା ଶାସନ ସମୟରେ ୧୫୦୦ ଖ୍ରୀଷ୍ଟାବ୍ଦ ରେ ରାଜା ବଳରାମ ଦେଓ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ ପୂଜାଅର୍ଚ୍ଚନା କରି ସ୍ଥାପନ କରିଥିଲେ । ମାଁ ପଟଣେଶ୍ୱରୀ ପାଟଣାମୁହାଁ ତଥା ବଲାଙ୍ଗିର ମୁହାଁ ହୋଇଥିବା ବେଳେ ମାଁ ସମଲେଶ୍ୱରୀ ହୁମା ସମ୍ବଲପୁର ମୁହାଁ ହୋଇଛନ୍ତି । ୨୬ଗଡ ମଧ୍ୟରୁ ମୁଖ୍ୟତଃ ବେଶ ପରିଚୟ ଥିଲା ଏହି ଗଡ । ସାଲେଭଟାରେ ମନ୍ତ୍ର, ତନ୍ତ୍ର, ସାଧନାର ପୀଠ । ଏହି ଗମ୍ଭିରାରେ ଦୁଇ ଭଉଣୀ ପୂଜା ପାଉଥିବା ବେଳେ ପ୍ରତ୍ୟେକ ଦଶହରା, ଚୈତ୍ର ପର୍ବରେ ବେଶ ଧୁମଧାମରେ ପାରଂପାରିକ ରୀତିନୀତିରେ ପୂଜା ଆୟୋଜିତ ହୁଏ । ଗତ ୧୦.୧୦.୨୦୨୬ ଶନିବାର ଦିନ ଠାରୁ ନବରାତ୍ର ଆୟୋଜିତ ହୋଇଥିବା ବେଳେ ୨୦ ତାରିଖ ମଙ୍ଗଳବାର ଦିନ ସମ୍ପନ୍ନ ହୋଇଥିଲା । ଗତ ରବିବାର ଦିନ ମାଁ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ଆୟୋଜିତ ହୋଇଥିଲା । ସକାଳୁ ମୁଖ୍ୟ ପୂଜକଙ୍କ ଘରୁ ଛତର ବାହାରି ପଟଆର ସହ ଗାଁ ପରିକ୍ରମା କରାଯାଇଥିଲା । ହୋମ ଯଜ୍ଞ ଚଣ୍ଡିପାଠ କରି ମନ୍ତ୍ର ସାଧନାରେ ଦେବିଙ୍କୁ ଆବାହନ କରାଯାଇଥିଲା । ମାଁ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ମନ୍ଦିରରୁ ବାହାରି ଭକ୍ତମାନଙ୍କ ଦର୍ଶନ ଦେଇଥିଲେ । ଗ୍ରାମର ବିଭିନ୍ନ ଜାଗାରେ ମାନସିକଧାରୀମାନେ ମାଁ ଙ୍କୁ ପୂଜାର୍ଚ୍ଚନା କରିଥିଲେ ତଥା ଆଖ ପାଖ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିଥିଲା । ଘଣ୍ଟ ଶଙ୍କ ପଂଚ ବାଦ୍ୟ ଦୁଲୁଦୁଲି, ବଜାର ନିଶାନ ତାଳେ ତାଳେ ମାଁ ଙ୍କ ବଏଲ ଯାତ୍ର ସମ୍ପୁର୍ଣ୍ଣ ହୋଇଥିଲେ । ଏଥିରେ ପାଟଣେଶ୍ୱରୀ ମନ୍ଦିର କମିଟି ସମେତ ଗ୍ରାମର ଗତ ଦୁଇ ଦିନ ଧରି ଶୋଭାଯାତ୍ରାକୁ ଆକର୍ଷିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande