
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କଜଳା ଗୋଲଡେନ୍ ଭିଲ୍ଲା କଲୋନୀରେ ଥିବା ଶ୍ରୀ ସିରିଡି ସାଇବାବାଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରା ମହାଆଡମ୍ବରରେ ବାହାରି ସହର ପରିକ୍ରମା କରିଥିଲା। ମନ୍ଦିରରୁ ଏହି ଶୋଭାଯାତ୍ରା ଶହ ଶହ ଭକ୍ତଙ୍କ ସହ ବାହାରି କେନ୍ଦ୍ରାପଡା ସହର ଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଭକ୍ତମାନେ ଶିରିଡି ସାଇଙ୍କର ନାମ କୀର୍ତ୍ତନ କରି ସହର ପରିକ୍ରମା କରିଥିଲେ। ଶ୍ରୀ ଶିରିଡି ସାଇବାବାଙ୍କ ପରିଚାଳନା କମିଟି ଦ୍ୱାରା ପରିଚାଳିତ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି