
ବଲାଙ୍ଗିର, 21 ଅକ୍ଟୋବର (ହି.ସ.) ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ଶିଶୁ ବିକାଶ କେନ୍ଦ୍ର ର ବୟାଳିଶତମ ପ୍ରତିଷ୍ଠା ଦିବସ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ମାର୍ଗଦର୍ଶକ କପିଳ ପତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମରେ ମାଆ ଦୁର୍ଗାଙ୍କ ପୂଜା କରାଯାଇ ଆଶିର୍ବାଦ ଭିକ୍ଷା କରାଯାଇଥିଲା । ୧୯୮୫ ପବିତ୍ର ବିଜୟା ଦଶମୀ ଦିନ ଶିଶୁ ବିକାଶ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସଂପାଦକ ଡା. ଅଶୋକ କୁମାର ସେଠୀଙ୍କ ପରିଚାଳନାରେ ସଭା ଅନୁଷ୍ଠିତ ହୋଇଥିଲା । ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ମଦନ ମୋହନ ରଥ କେନ୍ଦ୍ରର ଏକଚାଳିଶ ବର୍ଷର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ବିଶେଷକରି ଶିଶୁମାନଙ୍କର ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶର ପରିପୂରକ କାର୍ଯ୍ୟକ୍ରମ, ସମ୍ପୁର୍ଣ୍ଣ ସାକ୍ଷରତା, ପରିବେଶ ସୁରକ୍ଷା, ସଚେତନତା ସାଇକେଲ ଯାତ୍ରା, ଶିଶୁ ସାହିତ୍ୟ ପାଇଁ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ କର୍ମଶାଳା ଓ ସମ୍ମିଳନୀ କରାଯାଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଧର୍ମବ୍ରତ ରଥ,ଉପସଭାପତି ଧିରେନ୍ଦ୍ର ନାରାୟଣ ସିଂଦେଓ, ପୂଜ୍ୟପୂଜା ସେବା ସଂଗଠନର ସଂପାଦକ ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ମଧୁ ସାହୁ, ଉପଦେଷ୍ଟା ଜୟରାମ ମିଶ୍ର, ଡ. ଭବାନୀ ଶଙ୍କର ପଟେଲ, ଡ. ପ୍ରେମଚାନ୍ଦ ମହାନ୍ତି ମଧ୍ୟ ଅନୁଷ୍ଠାନର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଗାମୀ ନଭେମ୍ବର ଏକ ତାରିଖ ରେ ବାର୍ଷିକ ଉତ୍ସବରେ ଆଦର୍ଶ ଶିକ୍ଷୟତ୍ରୀ ସୁଚାରୁବାଳା ଦେବୀଙ୍କୁ ଶାରଦୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ ସହ ଅନ୍ୟ ଆଉ ସାତ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନ ଓ ପାରା ତୀରନ୍ଦାଜ ପାୟଲ ନାଗ ଙ୍କୁ ସମ୍ମାନିତ କରିବାକୁ ସ୍ଥିର କରାଯାଇଥିଲା । ଏହି ସଭାରେ ପ୍ରଦୀପ ପଶାୟତ, ଗୋପାଳ ଚନ୍ଦ୍ର ପଧାନ, ଦୁର୍ଗା ସାହୁ, ସୁରଥ ସାହୁ, ନିହାରିକା ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରତ୍ନମୟ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ